Masthead

ଅସୁରକ୍ଷିତ ସୁରକ୍ଷାଦାତା , ବିଦପସଙ୍କୁଳ ଥାନା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ସୁରକ୍ଷା ଦାତା ଏବେ ଅସୁରକ୍ଷିତ ।ଦିନରାତିକୁ ଏକ କରି ଜନସାଧାରଣମାନଙ୍କୁ ସୁରକ୍ଷା ଯୋଗାଉ ଥିବା ପୋଲିସ କର୍ମଚାରୀ ଏବେ ଅସୁରକ୍ଷିତ । କେତେବେଳେ ଛାତଫାଟି ଗଳି ପରିବ କିଛି କହି ହେବନି।ଏମିତି ବିପଦ ପୂର୍ଣ୍ଣଭାବେ କାର‌୍ୟ୍ୟ କରୁଛନ୍ତି ପୋଲିସ କର୍ମଚାରୀ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ।

ଦୀର୍ଘବର୍ଷ ଧରି ତିଆରି ହୋଇଥିବା ବାଂଶଡା ଥାନା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ।ପୋଲିସ କାର୍ଯ୍ୟ କରୁଥିବା ସ୍ଥାନରେ ଛାତ ଫାଟି ରଡ ଦେଖା ଯାଉଛି କେତେବେଳେ କିଛି ବି ଘଟିଯିବ କେହି କହି ପାରିବ ନାହିଁ।ଚାରିଆଡ଼େ ଛାତଫାଟି ଆଁ କରିଛି । ଅନ୍ୟପଟେ ପୋଲିସ କର୍ମଚାରୀ ମାନଙ୍କ ବାସଗୃହ ଅବସ୍ଥା କହିଲେ ନସରେ ଅସରାଏ ବର୍ଷାରେ ଘର ଭିତରେ ଲହଡି ମାରୁଛି ଆଣ୍ଠୁଏ ଆଣ୍ଠୁଏ ପାଣି।ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୋଲିସ କର୍ମଚାରୀ ମାନେ।ଏନେଇ ଅଞ୍ଚଳ ବାସୀଙ୍କ ଅଭିଯୋଗ ଦେଖିବାକୁ ମିଳିଛି ।

ସେମାନଙ୍କ କହିବା କଥା ସୁରକ୍ଷା ଦେଉଥିବା ସୁରକ୍ଷା ଦାତା ପୋଲିସ କର୍ମଚାରି ଯେଉଁଠି ସୁରକ୍ଷିତ ନୁହେଁ ସୁରକ୍ଷା ପାଇଁ ଥାନାକୁ ଯାଇଥିବା ଲୋକଟି କେତେ ସୁରକ୍ଷିତ ଏଥିରୁ ଜଣା ପଡୁଛି।ଅଞ୍ଚଳ ବାସୀଙ୍କ ଅଭିଯୋଗ ରାଜ୍ୟ ସରକାର ଏଥିରେ ତଦନ୍ତ କରି ନୂତନ ଥାନାଗୃହ ଯୋଗାଇ ଦେବା ସହିତ ପୋଲିସ କର୍ମଚାରୀ ରହିବା ପାଇଁ ନୂତନ ଗୂହ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ