Masthead

କଡାକଡି ହେବ ଥର୍ମାଲ ସ୍କ୍ରିନିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଦେଶରେ ହୁ ହୁ ହୋଇ ମାଡିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମହାରାଷ୍ଟ୍ର, ଗୁଜୁରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନ ସଂକ୍ରମଣ ଅଧିକରୁ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଜିଲ୍ଲାରେ ଆଗକୁ ଦଣ୍ଡନାଚ, ତାରାତାରିଣୀ ଯାତ୍ରା, ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ହେବାକୁ ଯାଉଛି ।

କରୋନା ହଟସ୍ପଟ ଅଞ୍ଚଳରୁ ଟ୍ରେନ୍ ଯୋଗେ ବହୁ ଯାତ୍ରୀ ବ୍ରହ୍ମପୁର, ଛତ୍ରପୁର ଓ ଖଲ୍ଲିକୋଟ ଷ୍ଟେସନରେ ଓହ୍ଲାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ବ୍ରହ୍ମପୁର ଷ୍ଟେସନରେ ଟ୍ରେନରୁ ଆସୁଥିବା ପ୍ରବାସୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ଛତ୍ରପୁର ଓ ଖଲ୍ଲିକୋଟ ଷ୍ଟେସନରେ ମଧ୍ୟ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ଏସବୁ ସତ୍ତ୍ବେ ଛତ୍ରପୁର କିମ୍ବା ଖଲ୍ଲିକୋଟରେ ଏହିସବୁ କରାଯାଉନଥିବା ଦେଖିବାକୁ ମିଳିଛି । ସୁରଟ, ମହାରାଷ୍ଟ୍ର, ବେଙ୍ଗାଲୁରୁରୁ ଟ୍ରେନ୍ ଯୋଗେ ବହୁ ଯାତ୍ରୀ ଦୈନନ୍ଦିନ ଏହି ଷ୍ଟେସନ ମାନଙ୍କରେ ଓହ୍ଲାଉଥିଲେ ବି କୌଣସି ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉନଥିବା ଦେଖିବାକୁ ମିଳିଛି।

 

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ