‘ୟେ ହମ୍‌ ହୈ, ୟେ ହମାରୀ ମ୍ୟୁଟେସନ ହୈ, ଔର ୟହାଁ ପାୱରୀ ହୋ ରହି ହୈ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ପ୍ରବଳ ମାତ୍ରାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ଆପଣାଇଛି ଏକ ନିଆରା ଉପାୟ । କିଛି ଦିନ ହେବ ଭାଇରାଲ ହେବାରେ ଲାଗିଥିବା ଜଣେ ପାକିସ୍ତାନୀ ଝିଅର ପାୱାରୀ ତଥା ୟାହାଁ ପାୱରୀ ହୋ ରହି ହୈ ଥିମ ଯାହା ଏବେ ଟ୍ରେଣ୍ଡରେ ରହିଛି । ଯୁବପିଢ଼ିମାନେ ଏହି ଥିମକୁ ନିଜର ଖୁସି ପାଇଁ ଭିଡିଓ ମଧ୍ୟ ବନାଉଛନ୍ତି । । ଏବେ ଏହି ଭାଇରାଲ ଥିମକୁ ପୋଲିସ ମଧ୍ୟ ଆପଣାଇଛି। ‘ୟେ ହମ୍‌ ହୈ, ୟେ ହମାରୀ ମ୍ୟୁଟେସନ ହୈ, ଔର ୟହାଁ ପାୱରୀ ହୋ ରହି ହୈ’ ଏହି ଥିମର ସାହାରା ନେଇଛି ଦିଲ୍ଲୀ ପୋଲିସ।

ଏଭଳି ନିଆରା ଉପାୟକୁ ଆପଣାଇ ପୁଲିସ କରୋନା ଏବଂ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଛି। ନିକଟରେ ସେଣ୍ଟ୍ରାଲ ଦିଲ୍ଲୀର ଡିସିପି ନିଜ ଟ୍ୱିଟର ଆକାଉଣ୍ଟରେ ଏକ କାର୍ଟୁନ ଫଟୋ ଶେଆର ମଧ୍ୟ କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଟୁନ ଡିଜାଇନ କରାଯାଇଛି। ଏଥିରେ କରୋନା ଭାଇରସକୁ ଏକ କାର୍ଟୁନ ଭାବେ ଚିତ୍ରିତ କରାଯାଇଛି।

ଫଟୋଟିକୁ ଶେୟାର କରି ଦିଲ୍ଲୀ ଡିସିପି କ୍ୟାପସନରେ ଲେଖିଛନ୍ତି, କୋଭିଡ -୧୯ ର ବିସ୍ତାରକୁ ରୋକିବା ପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ। ଦିଲ୍ଲୀ ପୁଲିସର ସଚେତନ କରିବାର ଏଭଳି ନିଆରା ଷ୍ଟାଇଲ୍‌କୁ ଦେଖି ଲୋକେ ପ୍ରଶଂସା କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି। ସେପଟେ ଏହି କାର୍ଟୁନକୁ ତିଆରି କରିଥିବା ଅଜଣା ବ୍ୟକ୍ତିଙ୍କୁ ପୁଲିସ ଧନ୍ୟବାଦ ଦେଇଛି। ବର୍ତ୍ତମାନ ଯାଏଁ ଦିଲ୍ଲୀ ପୁଲିସର ଏହି ଟ୍ୱିଟରେ ଅଢ଼େଇ ହଜାରରୁ ଅଧିକ ଲୋକେ ଲାଇକ କରିସାରିଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’