ଡ୍ରଗ୍ସ ଲିଙ୍କରେ ଛନ୍ଦି ହେବେ କି ଅନନ୍ୟା ?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଉପରେ ବର୍ତ୍ତମାନ ଏନସିବିର ନଜର । ଅଭିନୟ ଓ ଲାଇଫ ଷ୍ଟାଇଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ ଇଣ୍ଡଷ୍ଟ୍ରି, ବର୍ତ୍ତମାନ ବଦନାମ ହେବାରେ ଲାଗିଛି । କାହିଁକିନା ସୁଶାନ୍ତ ସିଂହ ରାଜପୁତଙ୍କ ପରେ ଏନସିବିର ସ୍ୱତନ୍ତ୍ର ନଜର ବଲିଉଡ ଉପରେ ରହିଛି । କେବଳ ନଜର ନୁହେଁ ବରଂ ଏନେଇ ଅନେକ ପପୁଲାର ଅଭିନେତା ଓ ଅଭିନେତ୍ରୀଙ୍କୁ ଏନସିବି ସମନ ପଠାଇ କାର୍ଯ୍ୟାନୁଷ୍ଠାନ ନେଇଛି । ସେପଟେ ବାରମ୍ବାର ଏହାକୁ ମିଥ୍ୟା ଆରୋପ କହି ଏଡାଇ ଦେଉଛନ୍ତି ବଲିଉଡର ବରିଷ୍ଠ କଳାକାରମାନେ । ହେଲେ ବାରମ୍ବାର ବଲିଉଡରୁ ହିଁ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସୁଛି ।

କିଛି ଦିନ ପୁର୍ବରୁ ମୁମ୍ବାଇ କ୍ରୁଜ ପାର୍ଟିରୁ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଗିରଫ ହୋଇଛନ୍ତି । ଏହା ମଧ୍ୟରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଚଢାଉ କରିଛି । ତେବେ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଏହି ଚଢାଉ ହୋଇଥିବାର ସୂଚନା ମିଳିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏନସିବିର ଏହି ଚଢାଉ ଆର୍ୟନ ଖାନ ଡ୍ରଗ୍ସ ମାମଲା ସହ ଜଡ଼ିତ ରହିଛି ବୋଲି ଅନୁମାନ କରାଯାଉଛି । ସେପଟେ ଆର୍ୟନ ଖାନଙ୍କ ହ୍ୱାଟ୍ସଅପ ଚାଟକୁ ଆଧାର କରି ଏନସିବି ଏହି ଚଢାଉ କରିଥିବାର ସୂଚନା ମିଳିଛି । ଏହା ସହ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ପାଖରେ ଏନସିବି ଆବେଦନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’