Before Header

କେରଳରେ ନିପାହ ଭୟ

0 20

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେରଳରେ କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବଢାଉଛି ନିପାହ ଭାଇରସ । ଏହା ମଧ୍ୟରେ କୋଝିକୋଡିରେ ନିପାହ ଭାଇରସରେ ସଂକ୍ରମିତ ହୋଇ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଥିବାର କଥା ସାମ୍ନାକୁ ଆସିଛି । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ସୂଚନା ଦେଇଛନ୍ତି । ୩ ସେପ୍ଟେମ୍ବରରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ନଥିଲା ।

ଏହା ପରେ ଶିଶୁଟି ମୃତ୍ୟୁ ଘଟିଥିଲା । ଏ ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ରରୁ ଏକ ସ୍ୱାସ୍ଥ୍ୟ ଟିମ କୋଝିକୋଡରେ ପହଁଞ୍ଚିଥିବାର ସୂଚନା ମିଳିଛି । ଅପରପକ୍ଷେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଶିଶୁଟିର ମୃତ୍ୟୁ ନିପାହ ଭାଇରସ କାରଣରୁ ହୋଇଛି ବୋଲି ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.