Masthead

ପୋଲିସକୁ ଡିଆଁ ଦେଖି ପୋଖରୀକୁ ମାରିଲା ଚୋର

ପୁରୀ (ବଡ଼ ଖବର ବ୍ୟୁରୋ): ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ପୋଖରୀ ଭିତରକୁ ଡିଆଁ ମାରିଲା ଚୋର। ଏଭଳି ଘଟଣା ପୁରୀ ସହରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୁରୀ ଅଠରନଳା ଦେଇ ଜଣେ ବ୍ୟକ୍ତି ଯାଉଥିବା ବେଳେ ଜଣେ ଚୋର ‌ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା। ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା।

ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା ଚୋର। ପୋଲିସ କର୍ମଚାରୀମାନେ ବହୁ ବୁଝାସୁଝା କରିବା ପରେ ଚୋର ପୋଖରୀ ଭିତରୁ ଆସିଥିଲା। ଅଭିଯୁକ୍ତ ଜଣକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି। ଘଟଣାକୁ ନେଇ ସଦର ଥାନା ପୋଲିସ ଛାନଭିନ କରୁଥିବା ବେଳେ ଚୋରର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ