Masthead

ଏଥର ରାଜମାର୍ଗରେ କଳାହାଣ୍ଡିର ଲୋକନୃତ୍ୟ

ଭବାନୀପାଟଣା(ବଡ଼ ଖବର ବ୍ୟୁରୋ): ଆଗାମୀ ଗଣତନ୍ତ୍ର ଦିବସରେ ଦେଶର ରାଜଧାନୀ ଦିଲ୍ଲୀ ପ୍ୟାରେଡରେ ପ୍ରଦର୍ଶିତ ହେବ କଳାହାଣ୍ଡିର ଲୋକନୃତ୍ୟ ବଜାଶାଲ । ଭାରତର ଏକମାତ୍ର ଲୋକନୃତ୍ୟ ବଜାଶାଲ ପ୍ରଦର୍ଶନ ପାଇଁ ଚୟନ ହୋଇଛି । ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ୮୦ ଜଣ କଳାକାର ବଜାଶାଲ ନୃତ୍ୟ ପ୍ରଦର୍ଶନ କରିବେ । କଳାହାଣ୍ଡି ବୀରବାଦ୍ୟ ଘୁମୁରା ପ୍ରଦର୍ଶନର ୨୦ବର୍ଷ ପରେ ବଜାଶାଲ ନୃତ୍ୟ ପ୍ରଦର୍ଶନ ମନୋନିତ ହୋଇଥିବାରୁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛି ।

୨୭ ଝିଅ ଓ ୬୩ ପୁଅ ପ୍ୟାରେଡରେ ବଜାଶାଲ ନୃତ୍ୟ ପରିବେଷଣ କରିବେ । ଏଥିପାଇଁ ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମରେ ଚାଲିଛି ରିହର୍ସଲ । ବଜାଶାଲ ହେଉଛି ଏକ ପାରମ୍ପରିକ ଲୋକନୃତ୍ୟ । ୧୦୦ ବର୍ଷ ତଳର ଏହି ନୃତ୍ୟକୁ ପରବର୍ତ୍ତି ପର୍ଯ୍ୟାୟରେ ସାଂସ୍କୃତିକ ମଂଚରେ ପରିବେଷଣ କରାଯାଇଛି । ୨୦୧୯ରାୟପୁର ଠାରେ ଅନୁଷ୍ଠିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଏହା ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ