Masthead

ଧସିଲା ଘାଟି ରାସ୍ତା, ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକର ଉପାନ୍ତ ଅଞ୍ଚଳ ଦୋରଙ୍ଗୀ । ଶିଉଳି ଅଞ୍ଚଳକୁ ନିର୍ମିତ ରାସ୍ତା ଧସି ଯାଇଛି । ବଡ଼ବଡ଼ ପଥର ଖସି ରାସ୍ତା ଉପରେ ପଡିଛି ଯାହାକୁ ନେଇ ବିପଦ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଉପାନ୍ତ ଯୋଜନାରେ ୨୦୧୯ରେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ପଞ୍ଚାୟତର ପାହାଡ଼ ଉପରେ ବାସକରୁଥିବା ଏହି ଅପହଞ୍ଚ ଗାଁକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା ପ୍ରାୟ ତିନିବର୍ଷ ପରେ ପାହାଡ଼କୁ କାଟି ୧୩ କିଲୋମିଟରର ରାସ୍ତା ନିର୍ମାଣ ହୋଇଥିଲା ।

ଉପାନ୍ତ ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ ହେଲେ ଏକ ବର୍ଷ ନପୁରୁଣୁ ସାମାନ୍ୟ ବର୍ଷାରେ ରାସ୍ତା ଉପରକୁ ଅତଡା ଖସିବା ସହ ବଡ଼ବଡ଼ ପଥର ଧସାଇ ହୋଇ ପଡିଛି । ରାସ୍ତା ସାରା ମାଟି ଓ ପଥର ବିଛାଇ ହୋଇ ପଡିଛି । ଯାହାକୁ ନେଇ ଅଞ୍ଚଳବାସୀ ଏହି ରାସ୍ତା ଦେଇ ଏବେ ଯିବା ଆସିବା ପାଇଁ ଭୟ କରିଛନ୍ତି । ଦୁଇ ତିନି ସ୍ଥାନରେ ଏଭଳି ଧସାଇ ହୋଇ ରାସ୍ତା ପାର୍ଶ୍ଵ ରେବିରାଟ ବିରାଟ ଗାତ ସୃଷ୍ଟି ହୋଇଛି । ଏହି ରାସ୍ତାରେ ଏବେ ବାଇକ ରେ ଯିବାକୁ ମଧ୍ୟ ଅଞ୍ଚଳ ବାସୀ ଭୟ କରୁଛନ୍ତି । ଗାର୍ଡୱାଲ ନଥିବା କାରଣରୁ ଏଭଳି ରାସ୍ତାକୁ ପଥର ଖସୁଥିବା କହିବା ସହ ଏହା ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି । ସରକାର ପୁଣି ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼