Masthead

ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଯୋଗୀଙ୍କୁ ହତ୍ୟା ଧମକ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ। ଏକ ଅଜଣା ବ୍ୟକ୍ତି ୧୧୨ ନମ୍ବରରେ ମେସେଜ କରି ଏହି ଧମକ ଦେଇଛନ୍ତି । ଯାହା ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଯାଇଛି ।

ଏହାର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଏଟିଏସ୍ ଏହି ଘଟଣାରେ ସମସ୍ତ ଏଜେନ୍ସିକୁ ସତର୍କ ସୂଚନା ପଠାଇ ଦେଇଛି । ସୂଚନା ଅନୁସାରେ ଏପ୍ରିଲ ୨୩ ତାରିଖ ରାତି ୮ଟା ୨୨ ମିନିଟରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଏହି ମେସେଜରେ କୁହାଯାଇଥିଲା, ସିଏମ୍ ଯୋଗୀଙ୍କୁ ଖୁବଶୀଘ୍ର ଜୀବନରୁ ମାରିଦେବି ।

ତେବେ ଯୋଗୀଙ୍କୁ ଏହି ହତ୍ୟା ଧମକ ମିଳିବା ପରେ ସମସ୍ତ ଯାଞ୍ଚ ଏଜେନ୍ସି ଆଲର୍ଟ ହେବା ସହିତ ସତର୍କ ହୋଇପଡିଛନ୍ତି । ଏହା ପ୍ରଥମ ଘଟଣା ନୁହେଁ । ପୁର୍ବରୁ ତାଙ୍କୁ ଅନେକ ଥର ଧମକ ଦିଆଯାଇଛି। ଏପରିକି ଏକ ସପ୍ତାହ ପୂର୍ବରୁ ଫେସବୁକ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ