Masthead

ଗୋଟିଏ ମଞ୍ଚରେ ୩ ମହାଶକ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସୁଧୁରୁଛି ଭାରତ ଓ ଚୀନ୍ ସମ୍ପର୍କ । SCO ସମ୍ମିଳନୀରେ ଏକାଠି ହେଲେ ୩ ମହାଶକ୍ତି ।  ଚୀନ୍ ତିଆନିଜ୍‌ରେ SCO ସମ୍ମିଳନୀ ଆରମ୍ଭ ।  ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜିନପିଙ୍ଗ୍ ଓ ପୁଟିନ୍ ନଜର ଆସିଛନ୍ତି ।  ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଲେ । ଆମେରିକାକୁ ଜବାବ ଦେବାକୁ ଏକାଠି ହେଲେଣି ନଜର ଆସିଛନ୍ତି । ଏସିଆର ଏହି ଦୁଇ ସବୁଠୁ ଶକ୍ତିଶାଳୀ ଦେଶ ।

ଚୀନର ତିଆଜିନ ସହରରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ଅବସରରେ ଚୀନ୍ ରାଷ୍ଟ୍ରପତି ସି -ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ସାକ୍ଷାତ  ହୋଇଛି ।   ଗଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଯେଉଁ ତିକ୍ତତା ଆସିଥିଲା, ଧୀରେ ଧିରେ ଏଥିରେ ସୁଧାର ଆସିଥିବାର ଏହା ପ୍ରମାଣ ଦେଇଛି । ଉଭୟ ନେତାଙ୍କ ମଧ୍ୟରେ ୫୦ ମିନିଟ୍ ଧରି ବୈଠକ ବସିଥିଲା । ଏହି ସାକ୍ଷାତ ଅବସରରେ ଉଭୟ ଦେଶ କିଛି ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗରେ ସହମତ ହୋଇଛନ୍ତି। ସେପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

ସେପଟେ ମୋଦୀ ଏବଂ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ବନ୍ଧୁତ୍ବପୂର୍ଣ୍ଣ ଭେଟ୍‌ଘାଟ୍‌ ।  ଅପରେସନ ସିନ୍ଦୂର ପରେ ଏହିପରି ଭାବରେ ଦୁହେଁ ହାତ ମିଳାଇଥିଲେ ଏବଂ ପରସ୍ପରର ପିଠି ଥାପୁଡେଇଥିଲେ ।  ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ୍ ଉଭୟଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ସାକ୍ଷାତ ହୋଇଥିଲା ।

ଉଭୟ ନେତା ହାତ ମିଳାଇଲେ ଏବଂ ପରସ୍ପରର ପିଠି ଥାପୁଡେଇଲେ, ଯାହା ଦୁଇ ଦେଶ ମଧ୍ୟରେ ବଢୁଥିବା ସମ୍ପର୍କର ସଙ୍କେତ ଦେଇଥିଲା ।  ଅପରେସନ ସିନ୍ଦୁର, ଯାହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା । ସେ ସମୟରେ  ତୁର୍କି  ଖୋଲାଖୋଲି  ପାକ୍‌ର ସମର୍ଥନ କରୁଥିଲା ।  ଯାହାଦ୍ବାରା ତୁର୍କି ଏବଂ ଭାରତ ମଧ୍ୟରେ ତକ୍ତତା ବଢିଥିଲା । କିନ୍ତୁ  sco  ସମ୍ମିଳନିରେ  ତୁର୍କି ରାଷ୍ଟ୍ରପତି ଏବଂ ମୋଦୀଙ୍କ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ଦୁଇ ଦେଶ ମଧ୍ୟରେ ସୁମ୍ପର୍କ ଆଗକୁ ବଢିବା  ନେଇ ସଙ୍କେତ ଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ