Masthead

ଆସନ୍ତା ବର୍ଷକୁ ରାଜ୍ୟରେ ଆଉ ୩ ମେଡିକାଲ କଲେଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ତିନୋଟି ନୂଆ ମେଡିକାଲ କଲେଜ । ଓଡ଼ିଶାର ତିନୋଟି ମେଡିକାଲ କଲେଜ ଏବଂ ଡାକ୍ତରଖାନା ପ୍ରତିଷ୍ଠା କାର୍ଯ୍ୟକୁ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଏଥିସହ ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଗ୍ରାଉଣ୍ଡ ଲେଭଲ୍ ସମସ୍ୟା ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି । ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଯୋଗଦେଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ତିନି ମେଡିକାଲ କଲେଜଗୁଡ଼ିକ ହେଲା ତାଳଚେର ମେଡିକାଲ କଲେଜ ଏବଂ ହସ୍ପିଟାଲ, ସୁନ୍ଦରଗଡ଼ର ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ପୁରୀର ମହାନାଦୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ। ଏହି ଅନୁଷ୍ଠାନଗୁଡ଼ିକ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ । ୨୦୨୧-୨୨ ଶିକ୍ଷାବର୍ଷରୁ ପୁରୀରେ ମେଡିକାଲ୍ କଲେଜ ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ୧୦୦ ପିଲାଙ୍କ ନାମଲେଖା ବ୍ୟବସ୍ଥା ରହିଛି । ସେହିଭଳି ଏମସିଏଲ ସହଯୋଗରେ ତାଳଚରରେ ନିର୍ମାଣ ହେଉଥିବା ମେଡିକାଲ କଲେଜର ସିଟ୍ ସଂଖ୍ୟା ମଧ୍ୟ ୧୦୦ ରହିଛି । ଏହା ଏକ ଟ୍ରଷ୍ଟ ମାଧ୍ୟମରେ ‘ନୋ ଲସ୍-ନୋ ପ୍ରଫିଟ୍’ ଆଧାରରେ ଚାଲିବ । ସୁନ୍ଦରଗଡ଼ ମେଡିକାଲ କଲେଜରେ ମଧ୍ୟ ୧୦୦ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ବିଲ୍ଡିଂ କାର୍ଯ୍ୟ ଶେଷ କରି ଆସନ୍ତା ଶିକ୍ଷାବର୍ଷରୁ ଆଡମିସନ ଆରମ୍ଭ କରିବାକୁ ଆବଶ୍ୟକ ଅନୁମତି ପାଇଁ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ପତ୍ର ଲେଖିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏନଟିପିସି ଏବଂ ଏମସିଏଲର ବରିଷ୍ଠ ଅଧିକାରୀଙ୍କ ସହ ଡାକ୍ତରୀ ଶିକ୍ଷା ଏବଂ ପ୍ରଶିକ୍ଷଣ ବିଭାଗ ନିର୍ଦ୍ଦେଶକ ଡ. ସି.ବି.କେ. ମହାନ୍ତି ଯୋଗଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା