୨୦ରୁ ୨୫ ହଜାର ଟଙ୍କାରେ ମିଳିବ ବ୍ୟାଟେରି ଚାଳିତ ବାଇକ୍

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବ୍ୟାଟେରିରେ ଚାଲିଛି ବାଇକ୍, ହେଲେ ଏଥିରେ ନୂଆ କଥା କ’ଣ ରହିଛି। ପୂର୍ବରୁ ଭାରତୀୟ ବଜାରରେ ଏପରି ବାଇକ ଉପଲବ୍ଧ କରାଇଛି ଚୀନ୍। ହେଲେ ଚୀନର ସେହି ବ୍ୟାଟେରି ଚାଳିତ ବାଇକର ଦାମ୍ ୭୦ରୁ ୮୦ ହଜାର ଟଙ୍କା ରହିଥିବାବେଳେ ଜଣେ ଗରିବ ଲୋକ ଲାଗି ଏହାକୁ କିଣିବା ସମ୍ଭବ ହେଉ ନ ଥିଲା। ଗରିବ ଲୋକମାନଙ୍କ ପାଇଁ ଅଳ୍ପ ଟଙ୍କାରେ ବ୍ୟାଟେରି ଚାଳିତ ବାଇକ ଉପଲବ୍ଧ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଯୁବକ ।
ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଉଥିବାବେଳେ ପରିବେଶ ଉପରେ ମଧ୍ୟ ଏହା ବେଶ୍ ନକରାତ୍ମକ ପ୍ରଭାବ ପକାଉଛି। ତେଣୁ ସ୍ୱଳ୍ପ ଖର୍ଚ୍ଚରେ ବାଇକ ଚଳାଇବା ସହ ପରିବେଶକୁ ସବୁଜ ସୁନ୍ଦର ରଖିବା ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି । ଏହି ସମୟରେ ଜଣେ ଯୁବ ମେକାନିକ ଆଣିବାକୁ ଯାଉଛନ୍ତି ଏକ ଚମତ୍କାର ଯାନ । ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ବ୍ୟାଟେରି ଚାଳିତ ବାଇକ୍ । ଏହି ଯୁବ ମେକାନିକ ହେଲେ ମାଲକାନଗିରି ଜିଲ୍ଲାର ଦିଲୀପ ପୋଦାର । ଆଇଟିଆଇ ପାସ୍ କରିବା ପରେ ପେସାରେ ଜଣେ ମେକାନିକ ବନିଥିବା ଦିଲୀପ ଲକଡାଉନ ସମୟରେ ସମାଜକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଚିନ୍ତା କରିଥିଲେ । ନିଜ ଗ୍ୟାରେଜରେ ପଡ଼ିଥିବା ଭଙ୍ଗାରୁଜା ବାଇକକୁ ସଜାଡ଼ି ସେଥିରେ ମୋଟର ଓ ବ୍ୟାଟେରି ଲଗାଇ ଏହାକୁ ଏକ ସୁନ୍ଦର ରୂପ ଦେଇଛନ୍ତି ଦିଲୀପ। ଥରେ ଚାର୍ଚ୍ଚ କଲେ ଏହି ବାଇକ ୪୦ କିଲୋମିଟର ପର୍ୟ୍ୟନ୍ତ ଚାଲିପାରେ । ଏଥିରେ ରିଭର୍ସ ଗିୟର ମଧ୍ୟ ରହିଛି ।
ଦିଲୀପଙ୍କ ଗ୍ୟାରେଜରେ ବାଇକ ସଜାଡି଼ବା ଲାଗି ପ୍ରତିଦିନ ଭିଡ଼ ଲାଗିଥାଏ । ହେଲେ ଏପରି ଏକ ଅଭିନବ ବ୍ୟାଟେରି ଗାଡ଼ି ତିଆରି କରିବା ପରେ ଏହାକୁ ଦେଖିବା ଲାଗି ପ୍ରତିଦିନ ଅନେକ ଲୋକ ତାଙ୍କ ଗ୍ୟାରେଜକୁ ଆସୁଛନ୍ତି । ଦିଲୀପଙ୍କ ଗାଁ ଏମଭି-୭ର ଲୋକେ ତାଙ୍କର ଏପରି ଉଦ୍ୟମକୁ ବେଶ୍ ପ୍ରଶଂସା କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବର୍ତ୍ତମାନ କେବଳ ଗୋଟିଏ ବାଇକ ତିଆରି କରିଥିବା ଦିଲୀପ ଆଗାମୀ ଦିନରେ ବିଭିନ୍ନ ମଡେଲର ଏପରି ଅନେକ ବ୍ୟାଟେରି ବାଇକ ତିଆରି କରିବେ ଓ ୨୦ରୁ ୨୫ ହଜାର ଟଙ୍କାରେ ତାହାକୁ ଲୋକଙ୍କୁ ବିକ୍ରି କରିବାର ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!