Masthead

୨୦ରୁ ୨୫ ହଜାର ଟଙ୍କାରେ ମିଳିବ ବ୍ୟାଟେରି ଚାଳିତ ବାଇକ୍

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବ୍ୟାଟେରିରେ ଚାଲିଛି ବାଇକ୍, ହେଲେ ଏଥିରେ ନୂଆ କଥା କ’ଣ ରହିଛି। ପୂର୍ବରୁ ଭାରତୀୟ ବଜାରରେ ଏପରି ବାଇକ ଉପଲବ୍ଧ କରାଇଛି ଚୀନ୍। ହେଲେ ଚୀନର ସେହି ବ୍ୟାଟେରି ଚାଳିତ ବାଇକର ଦାମ୍ ୭୦ରୁ ୮୦ ହଜାର ଟଙ୍କା ରହିଥିବାବେଳେ ଜଣେ ଗରିବ ଲୋକ ଲାଗି ଏହାକୁ କିଣିବା ସମ୍ଭବ ହେଉ ନ ଥିଲା। ଗରିବ ଲୋକମାନଙ୍କ ପାଇଁ ଅଳ୍ପ ଟଙ୍କାରେ ବ୍ୟାଟେରି ଚାଳିତ ବାଇକ ଉପଲବ୍ଧ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଯୁବକ ।
ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଉଥିବାବେଳେ ପରିବେଶ ଉପରେ ମଧ୍ୟ ଏହା ବେଶ୍ ନକରାତ୍ମକ ପ୍ରଭାବ ପକାଉଛି। ତେଣୁ ସ୍ୱଳ୍ପ ଖର୍ଚ୍ଚରେ ବାଇକ ଚଳାଇବା ସହ ପରିବେଶକୁ ସବୁଜ ସୁନ୍ଦର ରଖିବା ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି । ଏହି ସମୟରେ ଜଣେ ଯୁବ ମେକାନିକ ଆଣିବାକୁ ଯାଉଛନ୍ତି ଏକ ଚମତ୍କାର ଯାନ । ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ବ୍ୟାଟେରି ଚାଳିତ ବାଇକ୍ । ଏହି ଯୁବ ମେକାନିକ ହେଲେ ମାଲକାନଗିରି ଜିଲ୍ଲାର ଦିଲୀପ ପୋଦାର । ଆଇଟିଆଇ ପାସ୍ କରିବା ପରେ ପେସାରେ ଜଣେ ମେକାନିକ ବନିଥିବା ଦିଲୀପ ଲକଡାଉନ ସମୟରେ ସମାଜକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଚିନ୍ତା କରିଥିଲେ । ନିଜ ଗ୍ୟାରେଜରେ ପଡ଼ିଥିବା ଭଙ୍ଗାରୁଜା ବାଇକକୁ ସଜାଡ଼ି ସେଥିରେ ମୋଟର ଓ ବ୍ୟାଟେରି ଲଗାଇ ଏହାକୁ ଏକ ସୁନ୍ଦର ରୂପ ଦେଇଛନ୍ତି ଦିଲୀପ। ଥରେ ଚାର୍ଚ୍ଚ କଲେ ଏହି ବାଇକ ୪୦ କିଲୋମିଟର ପର୍ୟ୍ୟନ୍ତ ଚାଲିପାରେ । ଏଥିରେ ରିଭର୍ସ ଗିୟର ମଧ୍ୟ ରହିଛି ।
ଦିଲୀପଙ୍କ ଗ୍ୟାରେଜରେ ବାଇକ ସଜାଡି଼ବା ଲାଗି ପ୍ରତିଦିନ ଭିଡ଼ ଲାଗିଥାଏ । ହେଲେ ଏପରି ଏକ ଅଭିନବ ବ୍ୟାଟେରି ଗାଡ଼ି ତିଆରି କରିବା ପରେ ଏହାକୁ ଦେଖିବା ଲାଗି ପ୍ରତିଦିନ ଅନେକ ଲୋକ ତାଙ୍କ ଗ୍ୟାରେଜକୁ ଆସୁଛନ୍ତି । ଦିଲୀପଙ୍କ ଗାଁ ଏମଭି-୭ର ଲୋକେ ତାଙ୍କର ଏପରି ଉଦ୍ୟମକୁ ବେଶ୍ ପ୍ରଶଂସା କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବର୍ତ୍ତମାନ କେବଳ ଗୋଟିଏ ବାଇକ ତିଆରି କରିଥିବା ଦିଲୀପ ଆଗାମୀ ଦିନରେ ବିଭିନ୍ନ ମଡେଲର ଏପରି ଅନେକ ବ୍ୟାଟେରି ବାଇକ ତିଆରି କରିବେ ଓ ୨୦ରୁ ୨୫ ହଜାର ଟଙ୍କାରେ ତାହାକୁ ଲୋକଙ୍କୁ ବିକ୍ରି କରିବାର ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା