ଘୁମୁସର ମିଳିତ କଳାକାରଙ୍କ ଦାବିପତ୍ର

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): କଳା ଓ କଳାକାର ବଞ୍ଚାଇବା ପାଇଁ ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୯ ମାସ ହେଲା ମହାମାରୀ କରୋନା ପାଇଁ ଲକଡାଉନ, ସଟଡାଉନ ଜାରି ରହିଥିବାରୁ ମଞ୍ଚ କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା ମଧ୍ୟ କରୋନା ପାଇଁ ଚଳିତ ବର୍ଷ ବନ୍ଦ ହୋଇଛି । ଫଳରେ ଅଞ୍ଚଳର ଶତାଧିକ ମଞ୍ଚ, ବାଦ୍ୟ ଭଳି ବିଭିନ୍ନ କଳାକାରଙ୍କ ରୋଜଗାର ଶୂନ ହୋଇଯାଇଛି। ଏବେ ଏହି କଳା ଉପରେ ନିର୍ଭର କରି ଚଳୁଥିବା ଶତାଧିକ ପରିବାର ବେରୋଜଗାର ହୋଇପଡ଼ିଛନ୍ତି । କୋଭିଡ କଟକଣା ମାନି ଆଜିଯାଏ ଘରେ ବସି ରହିଥିବା ଏହି କଳାକାରମାନେ ଏବେ ପେଟର ଜ୍ୱାଳା ଅସହ୍ୟ ହେବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆମ ମଞ୍ଚ ଆମକୁ ଫେରାଇବା ପାଇଁ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’