Masthead

ଶବ ରଖି ଧାରଣା, ଲୁଚିଛନ୍ତି ବନ ଅଧିକାରୀ

ବାଣପୁର(ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଡାକ୍ତରଖାନା ଆଗରେ ଶବ ରଖି ଧାରଣା ଦେଇଛନ୍ତି ନୟାଗଡ଼ ଜିଲ୍ଲାର ଲୋକମାନେ । ମଙ୍ଗଳବାରଠାରୁ ଏହି ଧାରଣା ଚାଲିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ କରାଇପାରୁନି ପ୍ରଶାସନ । ବାଲୁଗାଁ ବନଖଣ୍ଡର ବରବରା ଜଙ୍ଗଲରେ ବନ କର୍ମଚାରୀଙ୍କ ମାଡ଼ରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଲଗାଁର ଭାଗୀରଥି ବେହେରାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଭାଗୀରଥିଙ୍କ ସ୍ତ୍ରୀ ପ୍ରତିମା ବେହେରା ଏଭଳି ଗୁରୁତର ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ବନ କର୍ମଚାରୀଙ୍କ ଗିରଫ ଓ କ୍ଷତି କ୍ଷତିପୂରଣ ଦାବିରେ ପ୍ରତିମା ଓ ତାଙ୍କ ସମ୍ପର୍କୀୟମାନେ ଦେଇଛନ୍ତି ଧାରଣା । ମଙ୍ଗଳବାରଠାରୁ ଧାରଣା ଚାଲିଥିଲେ ମଧ୍ୟ ବନ ବିଭାଗ ବରିଷ୍ଠ ଅଧିକାରୀମାନେ ଲୁଚିଛନ୍ତି ବୋଲି ପ୍ରତିମା ଗଣମାଧ୍ୟମକୁ କହିଛନ୍ତି । ଘଟଣା ସମ୍ପର୍କରେ ‘ବଡ଼ ଖବର’ର ବାଣପୁର ପ୍ରତିନିଧି ବନ ବିଭଗର ବରିଷ୍ଠ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ପାଟି ଖୋଲୁନାହାନ୍ତି । ଉତ୍ତେନା ଲାଗିରହିଥିବାରୁ ଡାକ୍ତରଖାନା ପରିସରରେ ପୁଲିସ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼