Masthead

ଛେପ ପକାଇବାକୁ କେନ୍ଦ୍ରକରି ସଂଘର୍ଷ, ୩ ଗିରଫ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଛେପ ପକାଇବାକୁ କେନ୍ଦ୍ରକରି ତୁମୂଳ ସଂଘର୍ଷ । ଏହାକୁ ବିରୋଧ କରିଥିବା ପରିବାର ଲୋକଙ୍କୁ ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ଘଟଣା ସ୍ଥଳରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୋଲିସ ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ବାଂଶଡା ପୋଲିସ ଧରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି । ତେବେ ଶନିବାର ଦିନ ଭଦ୍ରକ ଜିଲ୍ଲା ବାଂଶଡା ଥାନା ତଥା ଘଣ୍ଟେଶ୍ୱର ଫାଣ୍ଡି ଇଲାକା ଗୋପିନାଥପୁର ପଞ୍ଚାୟତ ଗୋପିନାଥ ଗାଁର କାଣ୍ଡୁଆସାହିରେ ଏହି ସଂଘର୍ଷ ଘଟିଥିଲା। ବୁଦ୍ଧିରାମ ଦାସଙ୍କ ପରବାର ସହ ମହେଶ୍ୱର ପରିଡାଙ୍କ ଜମିବାଡିକୁ କେନ୍ଦ୍ରକରି ପୂର୍ବରୁ ବିବାଦ ଲାଗି ରହିଥିଲା । ଶନିବାର ଅପରାହ୍ନ ବେଳେ ମହେଶ୍ୱର ପରିଡା ଦୁଖିରାମ ଦାସଙ୍କ ରୋଷେଇ ଘରର ଝରକାରେ ଛେପ ପକାଇଥିଲେ । ଦୁଖିରାମ ଦାସଙ୍କ ପରିବାରପକ୍ଷ ଏହାକୁ ବିରୋଧ କରିବାରୁ ମହେଶ୍ୱର ପରିଡାଙ୍କ ପରିବାରର ଚନ୍ଦନ ପରିଡା, ବାବୁଲୀ ପରିଡା, ଶଶିଆ ପରିଡା ଓ ଗଣେଶ ପରିଡା ପ୍ରମୁଖ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ ।

ବାଡି, ଠେଙ୍ଗା ସହିତ ଫାର୍ସା ଓ ତେଂଟାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଘଟଣା ସ୍ଥଳରେ ଦୁଖିଗରାମ ଦାସଙ୍କ ମୃତ୍ୟୁ ହୋଇଥିଲା । ମୃତକ ପରିବାରର ଶ୍ରୀଧର ଦାସ, ରମେଶ ଦାସ, ଉମେଶ ଦାସ ଓ ମଥୁରା ଦାସ ଗୁରୁତର ଆହତ ହୋଇ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଶ୍ରୀଧର ଦାସ ଓ ରମେଶ ଦାସଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଛେପ ପକାଇବାକୁ କେନ୍ଦ୍ରକରି ତୁମୂଳ ସଂଘର୍ଷ । ଏହାକୁ ବିରୋଧ କରିଥିବା ପରିବାର ଲୋକଙ୍କୁ ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ଘଟଣା ସ୍ଥଳରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୋଲିସ ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି ।

ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ବାଂଶଡା ପୋଲିସ ଧରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି । ତେବେ ଶନିବାର ଦିନ ଭଦ୍ରକ ଜିଲ୍ଲା ବାଂଶଡା ଥାନା ତଥା ଘଣ୍ଟେଶ୍ୱର ଫାଣ୍ଡି ଇଲାକା ଗୋପିନାଥପୁର ପଞ୍ଚାୟତ ଗୋପିନାଥ ଗାଁର କାଣ୍ଡୁଆସାହିରେ ଏହି ସଂଘର୍ଷ ଘଟିଥିଲା। ବୁଦ୍ଧିରାମ ଦାସଙ୍କ ପରବାର ସହ ମହେଶ୍ୱର ପରିଡାଙ୍କ ଜମିବାଡିକୁ କେନ୍ଦ୍ରକରି ପୂର୍ବରୁ ବିବାଦ ଲାଗି ରହିଥିଲା । ଶନିବାର ଅପରାହ୍ନ ବେଳେ ମହେଶ୍ୱର ପରିଡା ଦୁଖିରାମ ଦାସଙ୍କ ରୋଷେଇ ଘରର ଝରକାରେ ଛେପ ପକାଇଥିଲେ । ଦୁଖିରାମ ଦାସଙ୍କ ପରିବାରପକ୍ଷ ଏହାକୁ ବିରୋଧ କରିବାରୁ ମହେଶ୍ୱର ପରିଡାଙ୍କ ପରିବାରର ଚନ୍ଦନ ପରିଡା, ବାବୁଲୀ ପରିଡା, ଶଶିଆ ପରିଡା ଓ ଗଣେଶ ପରିଡା ପ୍ରମୁଖ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ । ବାଡି, ଠେଙ୍ଗା ସହିତ ଫାର୍ସା ଓ ତେଂଟାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଘଟଣା ସ୍ଥଳରେ ଦୁଖିଗରାମ ଦାସଙ୍କ ମୃତ୍ୟୁ ହୋଇଥିଲା । ମୃତକ ପରିବାରର ଶ୍ରୀଧର ଦାସ, ରମେଶ ଦାସ, ଉମେଶ ଦାସ ଓ ମଥୁରା ଦାସ ଗୁରୁତର ଆହତ ହୋଇ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଶ୍ରୀଧର ଦାସ ଓ ରମେଶ ଦାସଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା