Masthead

ଥମୁନି ବାଘ ଆତଙ୍କ, ଗଲାଣି ଗୋଟିଏ ମଣିଷ ଓ ୧୦ ଟି ଗୃହ ପାଳିତ ପଶୁଙ୍କ ଜୀବନ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଥମୁନି ବାଘ ଆତଙ୍କ। ନେଉଛି ଗୋଟିଏ ପରେ ଗୋଟିଏ ଜୀବନ। ରାତିରେ ଆସୁଛି ସକାଲେ ଜଙ୍ଗଲରେ ଲୁଚି ଯାଉଛି। ଗାଁ ମୁହାଁ ମଣିଷ ଖିଆ ବାଘର ଭୟରେ ଲୋକେ ଆତଙ୍କିତ । ନୂଆପଡ଼ାରେ ସକାଳ ନ ହେଉଣୁ ବାଘ ଆକ୍ରମଣରେ ଜୀବନ ଯିବା ଖବର ସବୁଦିନ ସାମ୍ନାକୁ ଆସୁଛି। ରାତିରେ ଆସୁଛି ଝାମ୍ପି ନେଇ ମାରି ଦେଉଛି। ଆଗରୁ ଦିନକରେ ଗୋଟିଏ ଜୀବନ ନେଉଥିଲା ଆଜି ସିଲେରିବାହାର ଗାଁରେ ବାଘ ଆକ୍ରମଣରେ ଯାଇଛି ଦୁଇଟି ବାଛୁରୀଙ୍କ ଜୀବନ। ଲୋଡ୍ରା, ଧରମବନ୍ଧା , ଆମାନାରା,ତରିଆମହୁଆଭଟ୍ଟା , ଟାନୱାଟ ଆଦି ଅଞ୍ଚଳରେ ବାଘ ଆତଙ୍କରେ ଲୋକେ ଭୟଭୀତ ଅଛନ୍ତି।

ଅଳ୍ପ ଦିନ ଭିତରେ ବାଘ ନେଲାଣି ଗୋଟିଏ ମଣିଷ ଓ ୧୦ ଟି ଗୃହ ପାଳିତ ପଶୁଙ୍କ ଜୀବନ। ଗୋଟିଏ ନୁହେଁ ଏକାଧିକ ବାଘ ଗାଁ ମୁହାଁ ହୋଇଥିବା ଜଣାପଡୁଛି।ସଚେତନ, ସତର୍କ ରହିବା କଥା କହୁଛି ବନ ବିଭାଗ। ସିସିଟିଭି ଫୁଟେଜ ଦ୍ୱାରା ବାଘର ଗତିବିଧି ନିରୀକ୍ଷଣ କରାଯାଉଛି। ବନ ବିଭାଗ ବି ନାକେଦମ ହେଲାଣି। ବାରମ୍ବାର ଏମିତି ହେଲା ପରେ ବି କାହିଁକି ବାଘକୁ ଘଉଡା ଯାଉନାହିଁ ବୋଲି ଲୋକେ କହିବା ଆରମ୍ଭ କଲେଣି। ଯେତିକି ଗୁରୁତ୍ୱର ଏ ଘଟଣାକୁ ଦେଖିବା କଥା ବନ ବିଭାଗ ଦେଖୁ ନ ଥିବା ଅଭିଯୋଗ ବି ଆସୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ