Masthead

ଆତିକ୍‌ ଅହମ୍ମଦଙ୍କୁ ପ୍ରୟାଗରାଜ ନେବା ବେଳେ ଗାଈକୁ ଧକ୍କା ଦେଲା ଗାଡ଼ି

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଆତିକ୍‌ ଅହମ୍ମଦଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ନେଉଥିବା ଗାଡ଼ି ସଙ୍ଗରେ ଯାଉଥିବା ପୁଲିସ ଗାଡ଼ିମାନଙ୍କ ମଧ୍ୟରୁ ଗୋଟିଏ ଗାଡ଼ି ଆଜି ଶିବପୁରୀରେ ଏକ ଗାଈକୁ ଧକ୍କା ଦେଇଛି । ଗାଡ଼ି ଧକ୍କା ଖାଇ ଘଟଣାସ୍ଥଳରେ ହିଁ ଗାଈଟିର ମୃତ୍ୟୁ ଘଟିଛି। ଆତିକ୍‌ଙ୍କୁ ନିଆଯାଉଥିବା ଗାଡ଼ି ସଙ୍ଗରେ ଯାଉଥିବା ପୁଲିସ ଗାଡ଼ି ସବୁ ରାସ୍ତା ମଝି‌ରେ ଅଟକି ଯାଉଥିବା ଦୃଶ୍ୟ ମଧ୍ୟ ଭିଡିଓରେ ଦେଖାଯାଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା କରି ୪୫ଜଣିଆ ଉତ୍ତର ପ୍ରଦେଶ ପୁଲିସ ଟିମ୍‌ ରବିବାର ଦିନ ଗୁଜରାଟର ସାବରମତୀ ଜେଲ୍‌ରୁ ଆତିକ୍‌ଙ୍କୁ ପ୍ରୟାଗରାଜକୁ ନେଉଛି।

ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ପ୍ରୟାଗରାଜରେ ପହଞ୍ଚାଯିବ ବୋଲି ପୁଲିସ କହିଥିଲା। ଆତିକ୍‌ ଅହମଦ୍‌ ହେଉଛନ୍ତି ୨୦୦୫ରେ ସଙ୍ଗଠିତ ‘ବିଏସ୍‌ପି’ ବିଧାୟକ ରାଜୁ ପଟେଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଏହାଛଡ଼ା, ଏହି ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଉମେଶ ପାଲ୍‌ଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଅହମଦ୍‌ ‌ଓ ତାଙ୍କ ସହ‌ଯୋଗୀମାନଙ୍କୁ ଅଭିଯୁକ୍ତ କରାଯାଇଛି। ୨୦୧୯ ଜୁନ୍‌ରୁ ଆତିକ୍‌ ସାବରମତୀ ଜେଲ୍‌ରେ କଏଦୀ ଭାବେ ରହି ଆସୁଥିଲେ। ମାର୍ଚ୍ଚ ୨୮ ତାରିଖ ଦିନ ଆତିକ୍‌ଙ୍କୁ ପ୍ରୟାଗରାଜର ଗୋଟାଏ ଅଦାଲତରେ ହାଜର କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା