Masthead

ବାଘ ନଖ ସହ ଦାନ୍ତ ଜବତ, ଜଣେ ଗିରଫ

ମାଥିଲି(ବଡ଼ ଖବର ବ୍ୟୁରୋ):  ବିକ୍ରି ବେଳେ ଧରାପଡିଲା ବାଘ ନଖ ଓ ଦାନ୍ତ। ଗୋଟିଏ କି ଦୁଇଟି ନୁହେଁ, ୧୮ଟି ବାଘ ନାଖ ଓ ୬ଟି ବାଘ ଦାନ୍ତ ଜବତ ହୋଇଛି। ମାଲକାନଗିରି ମାଥିଲି ରେଂଜ୍ ରେ ଚୋରା ବିକ୍ରି ବେଳେ ବ୍ୟବସାୟୀକୁ ଧରିଛି ବନ ବିଭାଗ । ନଖ ଓ ଦାନ୍ତ ବିକ୍ରି ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଦଳ ବ୍ଳକର ସାଲିମି ଅଂଚଳରେ ଚଢାଉ କରିଥିଲେ ।

ଚଢାଉ ସମୟରେ ରବି ଶବର ନାମକ ବ୍ୟକ୍ତିଙ୍କ ଠାରୁ ୧୮ ଟି ବାଘ ନଖ , ୬ ଟି ବାଘ ଦାନ୍ତ ଓ ଅଧା ଲିଟର ବାଘ ତେଲ ଜବତ କରିଥିଲେ । ତେବେ ସଂପୃକ୍ତ ବ୍ୟକ୍ତି ଜଣକ ଏସବୁ ବିକ୍ରି କରୁଥିବା ଜଣାପଡିଛି । ଜବତ ସାମଗ୍ରୀ ସବୁ ବାଘ ଶରୀରର ଅଂଶବିଶେଷ ନା ଅନ୍ୟ କିଛ ସେ ବିଷୟରେ ତଥ୍ୟ ଜାଣିବା ପାଇଁ ନମୂନା ଫରେନସିକ ଲ୍ୟାବକୁ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଅଟକ ଥିବା ବ୍ୟକ୍ତି ରବି ଶବରଙ୍କୁ ଗିରଫ କରିବା ସହ ବନବିଭାଗ ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା