Masthead

ସ୍କୁଲ ବନ୍ଦ କରନି

ତିହିଡି (ବଡ଼ ଖବର ବ୍ୟୁରୋ): ୧୦୪ ବର୍ଷ ସ୍କୁଲକୁ ବନ୍ଦ କଲେ ସରକାର । ପ୍ରତିବାଦରେ ତିନିଦିନ ହେଲା ଅମୃତପୁର ସ୍କୁଲର ଛାତ୍ର ଛାତ୍ରୀ ଧାରଣାରେ ବସିଛନ୍ତି । ଆଉ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଗାଁ ଲୋକେ । ୪୦ରୁ କମ ପିଲା ଥିଲେ ସେ ସ୍କୁଲ ବନ୍ଦ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି । ତେବେ ଭକ୍ରକ ଜିଲ୍ଲାରେ ୨୨୭ ସ୍କୁଲ ବନ୍ଦ ହେବ । ଏଥିରୁ ତିହିଡି ବ୍ଳକର ୨୬ଟି ସ୍କୁଲ ବନ୍ଦ ହେବା ନିଶ୍ଚିତ । ଏହି ତାଲିକାରେ ଅଛି ଜାମୁଝୋଡ଼ି ପଞ୍ଚାୟତର ଅମୃତପୁର ସ୍କୁଲ । ଏଠାରେ ୩୮ ପିଲା ଥିବା ବେଳେ ଆଉ ୧୦ ଜଣ ନାମ ଲେଖାଇ ପାରିନାହାନ୍ତି ।

୧୯୧୨ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ଶିକ୍ଷାପ୍ରେମୀମାନେ ମୁଠିଚାଉଳ ସଂଗ୍ରହ କରି ୧୯୧୬ ମସିହାରେ ସ୍ୱପ୍ନ ସାକାର କରିଥିଲେ । ସେହି ଦିନଠାରୁ ବେଶ ଭଲରେ ଚାଲିଥିଲା ଏହି ସ୍କୁଲ । ଶହେ ବର୍ଷ ଅତିକ୍ରମ କରିସାରିଥିବା ଏହି ସ୍କୁଲ ବନ୍ଦ ହେବାକୁ ଯାଉଛି । ନୋଟିସ ପାଇବା ପରେ ପୁରାତନ ଛାତ୍ର ଛାତ୍ରୀ ଓ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ବସିଛି । ଗାଁ ଲୋକେ ବ୍ଲକରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହେବା ପରେ ଏବେ ସ୍କୁଲରେ ତାଲା ପକାଇ ଦେଇଛନ୍ତି । ଆଉ ଧାରଣାରେ ବସିଛନ୍ତି ସାରା ଗାଁଲୋକେ । ସରକାରୀ ନିଷ୍ପତି ନବଦଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗାଁଲୋକେ ସ୍ପଷ୍ଠ କରିଛନ୍ତି । ସେପଟେ ବିଇଓ କହିଛନ୍ତି ସର୍ଭେ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି । ନିଷ୍ପତି ତାଙ୍କ ହାତରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା