Before Header

ବିଦ୍ୟୁତ ଆଘାତରେ ମହିଳା ମୃତ

0 543

ଘସିପୁରା  (ବଡ଼ ଖବର ବ୍ୟୁରୋ): ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ । ଘସିପୁରା ଥାନା ଖାଳିଆମେଣ୍ଟା ଗ୍ରାମର ପ୍ରଦୀପ ଜେନାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଜେନା ଗତକାଲି ନିଜ ଘରେ ଥିବା ବିଦ୍ୟୁତ ପ୍ଲକ ଲଗାଇବା ବେଳେ ଅସାବଧାନ ହୋଇ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘସିପୁରା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ଗୃହକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.