Masthead

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନିଳଗିରି(ବଡ଼ ଖବର ବ୍ୟୁରୋ): ପରୀ ନିଆଁ ଲିଭିନଥିବା ବେଳେ ନିଳଗିରିରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା । ୧୩ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତା ନାବାଳିକାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଳଗିରି ବାଘମାରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ କିଛି ଲୋକ । ସେମାନଙ୍କ ମଧ୍ୟରେ ଥିଲେ ମଧୁ ସିଂ, ତାଙ୍କ ଭାଇ ଓ ସ୍ତ୍ରୀ ।

ଏମାନଙ୍କୁ ଦେଖା କରିବାକୁ ସେମାନଙ୍କ ୫ମ ଶ୍ରେଣୀରେ ପଢୁଥିବା ଝିଅ ଇଟାଭାଟିକୁ ଆସିଥିଲେ । ତେବେ ଭାଟି ମାଲିକ ଓ ମ୍ୟାନେଜର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । କାଳେ ଝିଅଟି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଦେବ, ସେଥିପାଇଁ ମାଲିକ ଓ ମ୍ୟାନେଜର ଖାଦ୍ୟରେ ବିଷ ମିଶାଇ ପୀଡିତାଙ୍କୁ ଖୁଆଇ ଦେଇଥିଲେ । ପୀଡ଼ିତା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ନିଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ମେଡିକାଲ ଫାଣ୍ଡିରେ ଏତଲା ଦିଆଯାଇଛି । ପୋଲିସ ଶବ ଜବତ କରିଛି । ନିଳଗିରି ପୋଲିସ ବାଲେଶ୍ୱରରେ ପହଞ୍ôଚ ପୀଡ଼ିତାଙ୍କ ପରିବାରକୁ ଭେଟିଛି । ତେଣେ ଇଟାଭାଟି ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା