ତିନିମାସର ଛୁଆହାତୀ ମୃତ

ଶେରଗଡ଼(ବଡ଼ ଖବର ବ୍ୟୁରୋ): ଶେରଗଡ଼ ବ୍ଲକ କରଡାକଣା ପଂଚାୟତ ବାହରସିଂ ବିଟ ଅଞ୍ଚଳର ଲାଉଗଡ଼ ନିକଟ ରତନେଇ ଜଙ୍ଗଲ ପାଖରେ ପଡିଛି ମୃତ ହାତୀଛୁଆ । ଧାନବିଲରେ କାଦୁଅ ଥିବାରୁ ହାତୀଛୁଆ ବାହାରି ନପାରି ମରିଯାଇଥିବା ଆସିକା ରେଞ୍ଜର କହିଛନ୍ତି । ମୃତ ହାତୀର ବୟସ ୩ ମାସ ହେବ ବୋଲି ସେ କହିଛନ୍ତି । ସଂଧ୍ୟାରେ ହାତୀପଲ ସହ ଯାଉଥିବା ବେଳେ ହାତୀଛୁଆଟି କାଦୁଅ ବିଲରେ ଫସିଯାଇଥିଲା । ଉଦ୍ଧାର ଉଦ୍ରମ ହୋଇଥିଲା । ମାତ୍ର ହାତୀପଲଙ୍କ ଆକ୍ରମଣ ଭୟ ଥିବାରୁ ସମ୍ଭବ ହୋଇନଥିବା ରେଞ୍ଜର କହିଛନ୍ତି । ବର୍ତ୍ତମାନ ମୃତ ହାତୀକୁ ଆଣି ଷଡ଼ଙ୍ଗୀପଲ୍ଲୀ ବନପାଳଙ୍କ ବାସଭବନ ପରିସରରେ ରଖାଯାଇଛି । ବ୍ୟବଚ୍ଛେଦ ପରେ କବର ଦିଆଯିବା ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!