Masthead

ନାମାଙ୍କନ ପତ୍ର ଦାଖଲ କଲେ ବିଜୟ

ଜଗତସିଂହପୁର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଗକୁ ଥିବା ଦୁଇଟି ଉପନିର୍ବାଚନ ପାଇଁ ବେଶ୍ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜୁଜନତା ଦଳ ପ୍ରାଥୀ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତାଙ୍କ ଦଳୀୟ ସାର୍ମଥକମାନଙ୍କ ସହିତ ଆସି ତିର୍ତ୍ତୋଲ ଆସନର ରିଟ୍ରନିଙ୍ଗ ଅଫିସର ସଚିଦାନନ୍ଦ ସାହୁଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ ସାଂସଦ ଡା ରାଜଶ୍ରୀ ମଲ୍ଲିକ ଏବଂ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଏବଂ ନୂତନ କରି ବିଜେଡିରେ ଯୋଗଦେଇଥିବା ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇ ଦଳ କିପରି ସ୍ୱଚ୍ଛ ନିର୍ମଳ ଭାବେ ବିଜୟ ଲାଭ କରିବ ସେଥିପତି ଆମେ ଧ୍ୟାନ ଦବୁ ବୋଲି କହିଛନ୍ତି । ବାପାଙ୍କ ଅଧୁରା ରହିଯାଇଥିବା ସ୍ୱପ୍ନକୁ ମୁଁ ପ୍ରାଣପ୍ରଣେ ଚେଷ୍ଟା କରିବି ପୂରଣ କରିବା ପାଇଁ ବୋଲି କହିଛନ୍ତି ବିଜୟ ଶଙ୍କର ଦାସ । ଅନ୍ୟପଟେ ଆଗାମୀ ତିର୍ତ୍ତୋଲର ଉପନିର୍ବାଚନରେ ଲଢେଇ ଜୋରଦାର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ