Masthead

ବେଆଇନ ଶାଗୁଆନ କାଠ ଜବତ

ରାମନାଗୁଡା, (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଚୋରା କାଠ ଚାଳାଣ । ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଯେତେ ଉଦ୍ୟମ କରାଗଲେ ମଧ୍ୟ ତାହା ସଫଳ ହୋଇପାରୁନାହିଁ । ଆଜି ଗୁଣୁପୁର ବନ ବିଭାଗ ଆଗରେ ଧରାପଡ଼ିଛନ୍ତି ଏହି କାଠ ମାଫିଆ । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ଠାରେ ୨୬ଖଣ୍ଡ ସାଇଜ ଶାଗୁଆନ କାଠ ଜବତ କରିଛି ଗୁଣୁପୁର ବନବିଭାଗ। ବିଶେଷ ସୁତ୍ରରୁ ଖବରପାଇ ଗୁଣୁପୁର ରେଞ୍ଜର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏହି ଚଢ଼ାଉ ସମୟରେ ୨୬ଖଣ୍ଡ ସାଇଜ ଶାଗୁଆନ କାଠ ଖଣ୍ଡକୁ ଜବତ କରାଯିବା ସହ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଉକ୍ତ ଗିରଫ ୨ ବ୍ୟକ୍ତି ଜଣକ ପୁଟାସିଂ ଅଞ୍ଚଳର ଥୋମାସ ଶବର ଏବଂ ଆବ୍ରାହମ ଶବର। ତାହା ସହିତ ଓଆର-୧୮ଜି-୫୯୯୦ ନମ୍ବର ଏକ ପିକଅପ ଭ୍ୟାନକୁ ଜବତ କରାଯାଇଥିବା ସୂଚନା ମିଳିଛି। ସେମାନେ ଉକ୍ତ କାଠକୁ ବାହାରେ କୈଣସି ବ୍ୟକ୍ତିଙ୍କୁ ଏହି କାଠ ଯୋଗାଉଥିବାବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୪୦ହଜାର ହେବ ବୋଲି ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି।। ଏହି ଚଢ଼ାଉ ସମୟରେ ଗୁଣୁପୁର ବନପାଳ ଏନ୍ଏନ୍ ପାଢ଼ୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା