Masthead

ନିଶା ନେଇଗଲା ଜୀବନ !

ବାରିପଦା(ବଡ଼ ଖବର) :ନିଶା କେତେବେଳେ କାହାର ଜୀବନ ନେଇଯିବ ଏକଥା କେହିବି ଜାଣି ନଥାଏ । ନିଶା ଏମିତି ଏକ ଶବ୍ଦ ଯାହାକୁ ପରଖି ପାରି ନଥାନ୍ତି ସମସ୍ତେ । ଆଉ ଅନ୍ଧ ହୋଇଯାଆନ୍ତି ଏହାର ପ୍ରତି ସେବନରେ । ଆଉ ଶେଷରେ ଏହି ନିଶା ହିଁ ନେଇଥାଏ ଜୀବନ । ଆଜି ନିଶା ପାଇଁ ଚାଲିଯାଇଛି ଆଉ ଏକ ଜୀବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୁଣ୍ଡଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୁଣ୍ଡଳ ଗାଁରେ ରୁହନ୍ତି ନିରଞ୍ଜନ ଓ ତାଙ୍କ ପରିବାର । ବେଶ ହସ ଖୁସିରେ ଚାଲୁଥିଲା ନିରଞ୍ଜନଙ୍କ ପରିବାର ,ହେଲେ ପ୍ରତ୍ୟେକ ଦିନ ନିଶା ଖାଇ ଘରକୁ ଫେରନ୍ତି ନିରଞ୍ଜନ,ଯେଉଁ କଥାକୁ ସମ୍ପୁର୍ଣ ବିରୋଧ କରନ୍ତି ଉଭୟ ସ୍ତ୍ରୀ ଓ ପୁଅ । ହେଲେ କୌଣସି ଫରକ ପଡୁନଥିଲା ନିରଞ୍ଜନଙ୍କ ଉପରେ । ପୁଣି ପର ଦିନ ନିଶା ସେବନ କରି ଫେରିଥିଲେ ଘରକୁ ।

ସବୁଦିନ କିନ୍ତୁ ନଥିଲା ସମାନ । ସୋମବାର ରାତିରେ ପୁଣି ନିଶା ସେବନ କରି ଘରକୁ ଫେରିଥିଲେ ନିରଞ୍ଜନ,ଆଉ ପୁର୍ବ ପରି ନିଶା ଖାଇବାକୁ ବାରଣ କରି ନିରଞ୍ଜନଙ୍କୁ ବୁଝାଇଥିଲେ ଉଭୟ ସ୍ତ୍ରୀ ଓ ପୁଅ ।ବୁଝାମଣାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା, ଆଉ ଏହି ବଚସାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ହୋଇଥିଲା ହାତା ହାତି, ଶେଷରେ ରାଗର ବଶବର୍ତ୍ତୀ ହୋଇ ସମ୍ପର୍କର ସବୁ ସୀମା ଭୁଲିଗଲେ ସ୍ତ୍ରୀ ଓ ପୁଅ । ମରଣାନ୍ତକ ଭାବେ କରିଚାଲିଲେ ଅତର୍କିତ ଆକ୍ରମଣ ।

ଶେଷରେ ସ୍ତ୍ରୀ ଓ ପୁଅ ବାଡେଇ ବାଡେଇ ମାରିଦେଲେ ନିରଞ୍ଜନଙ୍କୁ । ସକାଳୁ ସକାଳୁ ଘରଭିତରୁ ଝୁଲନ୍ତା ମୃତ ଦେହ ମିଳିଥିଲା ନିରଞ୍ଜନଙ୍କର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ ଆଉ ଆରମ୍ଭ କରିଥିଲା ତଦନ୍ତ । ନିରଞ୍ଜନଙ୍କ ଝିଅର ଅଭିଯୋଗ ଆଧାରରେ ପୋଲିସ ଉଭୟ ସ୍ତ୍ରୀ ଓ ପୁଅକୁ ଅଟକ ରଖିଥିବା ବେଳେ , ତଦନ୍ତ ପରେ ଘଟଣାର ସ୍ପଷ୍ଟୀକରଣ ହେବ ବୋଲି ସୂଚନା ଦେଇଛନ୍ତି । ନିଶା କିଭଳି ପରିବାର ତଥା ରକ୍ତ ସମ୍ପର୍କରେ ଦାଗ ଲଗାଏ ଏଥିରୁ ଆପଣ ସ୍ପଷ୍ଟ ହୋଇପାରିଥିବେ, ତେଣୁ ଏବେଠୁ ହୋଇ ଯାଆନ୍ତୁ ସଯାଗ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ