Masthead

ମୃତ୍ୟୁ ସନ୍ଦେହଜନକ: ହତ୍ୟା ଅଭିଯୋଗ ଆଣିଲେ ବାପା

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ୨ ବର୍ଷ ତଳେ ହୋଇଥିଲା ବାହାଘର । ଆଉ ରବିବାର ଜ୍ୱାଇଁଙ୍କ ଅନୁପସ୍ଥିତିରେ ହୋଇଥିଲା ଝିଅର ମୃତ୍ୟୁ । ମୃତ୍ୟୁର ଖବର ବାପଘରକୁ ଦିଆଯାଇ ନଥିଲା । ଯେଉଁଥି ଲାଗି ସନ୍ଦେହ ସୃଷ୍ଟି ହୋଇଥିଲା ବାପଘର ଲୋକଙ୍କ ମନରେ । ଝିଅକୁ ତା’ର ଶାଶୁ ଲତିକା ସ୍ୱାଇଁ ଓ ମଳାଶୁର ସୁକୁଟା ନାୟକ ଶ୍ୱାସରୁଦ୍ଧ କରି ମାରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପିମ୍ପଳମାଧବ ପଞ୍ଚାୟତ ଅରିଲୋ ଗାଁରେ । ଅରିଲୋ ଗାଁର ହାପି ସ୍ୱାଇଁଙ୍କ ସ୍ତ୍ରୀ ପ୍ରୀୟଦର୍ଶୀନିଙ୍କର ଗତକାଲି ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ୨ବର୍ଷ ତଳେ ଉଦୟ ନାୟକଙ୍କ ଝିଅ ଲାଲି(ପ୍ରିୟଦର୍ଶୀନି)ଙ୍କର ଅରିଲୋର ହାପିଙ୍କ ସହିତ ବିବାହ ହୋଇଥିଲା । ତାଙ୍କର ବର୍ଷକର ଶିଶୁପୁତ୍ର ଅଛି। ବିବାହ ପରେ ଅଧିକ ଯୌତୁକ ଲାଗି ଶାଶୁ ମଳାଶୁର ବାରମ୍ବାର ପ୍ରିୟଦର୍ଶୀନିଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ଝିଅର ମୃତ୍ୟୁ ସମ୍ପର୍କରେ ବାପଘରକୁ ଖବର ଦେଇନଥିଲେ। ପଡୋଶୀଙ୍କ ଠାରୁ ଉଦୟ ଖବର ପାଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଅନ୍ୟପକ୍ଷରେ ରଶି ଲଗାଇ ପ୍ରିୟଦର୍ଶୀନି ଆତ୍ମହତ୍ୟା କରିଛି ବୋଲି ଶାଶୁଘର ପକ୍ଷରୁ କୁହାଯାଇଛି। ପୋଲିସ ଅନୁସନ୍ଧାନ ଜାରି ରଖିଛି। ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ ପାଇଁ ବାପଘର ପକ୍ଷରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ