Masthead

ନୃଶଂସ ବାପ : ଝିଅକୁ ଜିଅନ୍ତା ପୋଡି ମାରିବାକୁ ଉଦ୍ୟମ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଯିଏ ସନ୍ତାନର ଜନକ ହୋଇଥିଲା । ସିଏ ଜୀବନ ନେବାକୁ ବି କୁଣ୍ଠା ପ୍ରକାଶ କଲାନି । ଝିଅଟି ରାତିରେ ଶୋଇଥିବା ବେଳେ ତା’ ଉପରେ କିରୋସିନ ଢାଳିଲା ନୃଶଂସ ବାପ । ଆଉ ବିଳମ୍ବ ନ କରି ଦିଆସିଲ ମାରିବାରୁ ହୁତୁହୁତ ହୋଇ ଜଳିଲା ଝିଅ । ହେଲେ ଦଇବର ବିଚାର ଥିଲା ଭିନ୍ନ । ଝିଅର ନିଆଁ ର ତେଜ ସହିତ ଝିଅର ଚିତ୍କାର  ଶୁଣିଥିଲେ ପରିବାର ଲୋକେ । ଆଉ ବିଳମ୍ବ ନକରି ଅଧାପୋଡା ଅବସ୍ଥାରେ ଝିଅକୁ ପ୍ରଥମେ ପାଟଣାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଇ ଦେଇଥିଲେ । ଏହି ଘଟଣାର ପ୍ରକୃତ କାରଣ ଜଣାପଡିନି । ବେଲପଡା ପୋଲିସ ଗୁରୁତର ଆହତ ଯୁବତୀଙ୍କୁ ମେଡିକାଲ ପଠାଇ ଘଟଣାର ତଦନ୍ତ କରୁଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡାର ଡେବିରିପାଲି ଗାଁରେ । ଗତକାଲି ବିଳମ୍ବିତ ରାତିରେ ନୃଶଂସ ବାପ ଅରକ୍ଷିତ ନାଗ କିରୋସିନ ଢାଳି ଝିଅ ସୂର୍ଯ୍ୟକାନ୍ତିକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲା । ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ