Masthead

ହିମାଂଶୁଙ୍କ ଶକ୍ତି ପ୍ରଦର୍ଶନ, ୫ ହଜାର ସମର୍ଥକଙ୍କ ସହ କଲେ ପ୍ରାର୍ଥିପତ୍ର ଦାଖଲ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): କଟକ ପାରାଦ୍ୱୀପ ମୁଖ୍ୟରାସ୍ତା ଜୟପୁରରେ ହୋଇଗଲା ଜନ ସମୁଦ୍ର। ତିର୍ତ୍ତୋଲର କଂଗ୍ରେସ ବିଧାୟକ ହିମାଂଶୁ ଭୂଷଣ ମଲ୍ଲିକଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହେଲେ ପାଞ୍ଚ ହଜାରରୁ ଅଧିକ ସମର୍ଥକ। ଯାହାକୁ ନେଇ ତିର୍ତ୍ତୋଲ କଂଗ୍ରେସ ସମର୍ଥକ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି। ଆଜି ସକାଳୁ ହଜାର ହଜାର ସମର୍ଥଙ୍କ ସହ ଝଙ୍କଡ଼ ବାସିନୀ ମାଆ ଶାରଳାଙ୍କୁ ଦର୍ଶନ କରିବା ପରେ କନକପୁରରୁ ଏକ ରାଲି ଜରିଆରେ ସାରଳା ରୋଡରେ ପହଂଚିଥିଲେ।

ସେଠାରେ ଥିବା ସମର୍ଥଙ୍କ ସହ ଜଗତସିଂହପୁର ଅଭିମୁଖେ ବାହାରି ଜୟପୁରରେ ପହଞ୍ଚି ଥିଲେ। ସମସ୍ତେ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ତେବେ ଓଡିଶାରେ କଂଗ୍ରେସ ର ସ୍ଥିତି ଏତେ ଭଲ ନଥିବା ବେଳେ ତିର୍ତ୍ତୋଲରେ ସ୍ଥିତି ମଜଭୁତ କରି ରଖିଛି କଂଗ୍ରେସ। ଏହି ବିଶାଳ ରାଲି ଜରିଆରେ କଂଗ୍ରେସ ବିରୋଧୀ ଦଳକୁ ତାର ଶକ୍ତି ଦେଖାଇଥିବା ବେଳେ ଆସନ୍ତା ନିର୍ବାଚନରେ ଜବରଦସ୍ତ କଡା ଫାଇଟ ହେବ ବୋଲି ବିରୋଧୀଙ୍କୁ ଚେତେଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ