Masthead

ନରେନ୍ଦ୍ର ଗିରି ମୃତ୍ୟୁ ମାମଲା; ଭିଡିଓଗ୍ରାଫି ମାଧ୍ୟମରେ ହେବ ପୋଷ୍ଟମର୍ଟମ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ସ୍ୱାମୀଙ୍କ ମୃତ ଦେହକୁ ପାଞ୍ଚ ଜଣ ଡାକ୍ତରଙ୍କ ଏକ ପ୍ୟାନେଲ ପୋଷ୍ଟମର୍ଟମ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଦୁଇଜଣ ଏମଏଲଏନ ମେଡିକାଲ କଲେଜର ବିଶେଷଜ୍ଞ, ଦୁଇ ଜଣ ଜିଲ୍ଲା ହସ୍ପିଟାଲର ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଅପରପକ୍ଷେ ପ୍ୟାନେଲର ସମସ୍ତ ଡାକ୍ତରଙ୍କ ନାମ ଗୁପ୍ତ ରଖାଯାଇଛି । ଏପରିକି ଡାକ୍ତରମାନଙ୍କୁ ଏକ ଘଣ୍ଟା ପୂର୍ବରୁ ହିଁ ପୋଷ୍ଟମର୍ଟମ କରିବାକୁ ଡ଼କାଯିବ । ଏହାର ସମସ୍ତ କପିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବାର ସୂଚନା ମିଳିଛି ।

ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ ଖତ୍ରୀ, ଆଇଜି କେପି ସିଂହ, ଡିଜି ବେଷ୍ଟ ତ୍ରିପାଠୀ, ପ୍ରିନ୍ସିପାଲ ମେଡିକାଲ କଲେଜ, ସିଏମଓ ଡକ୍ଟର ନାନକ ସରନ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବୈଠକରେ ପୋଷ୍ଟମର୍ଟମ ପ୍ୟାନେଲ ଗଠନ କରାଯାଇଥିଲା । ମହନ୍ତଙ୍କ ଶରୀରର ପୋଷ୍ଟମର୍ଟମ ପରିଚାଳନା କରିଥିବା ସମସ୍ତ ବିଶେଷଜ୍ଞଙ୍କ ନାମ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରକାଶ କରାଯାଇ ନାହିଁ । ଅନ୍ୟପଟେ ଏହି ହାଇପ୍ରୋଫାଇଲ ମାମଲାରେ ପୋଷ୍ଟମର୍ଟମ ସମୟରେ ପ୍ରତ୍ୟେକ ମୁହୂର୍ତ୍ତ ଭିଡିଓଗ୍ରାଫି ହେବ ବୋଲି ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ