Masthead

ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ

ପୁରୀ (ବଡ଼ ଖବର ବ୍ୟୁରୋ): ବଡ଼ଦେଉଳରେ ମାଆ ସାଆନ୍ତାଣୀଙ୍କୁ ଏକୁଟିଆ ଛାଡି ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଆସିଛନ୍ତି ସାଆନ୍ତ । ଯାହାକୁ ନେଇ ରାଗରେ ଗରଗର ମାଆ । କରିଛନ୍ତି ଅଭିମାନ ମହାପ୍ରଭୁଙ୍କ ଉପରେ । ଆଜି ହେରା ପଞ୍ଚମୀ । ରାଗ ସୁଝାଇବା ପାଇଁ ଆଜି ବଡ଼ଦାଣ୍ଡକୁ ଆସିବେ ମାଆ ସାଆନ୍ତାଣୀ ।

ସ୍ୱାମୀଙ୍କ ଉପରେ ସୁଝାଇବେ ରାଗ । ଭାଙ୍ଗିବେ ନନ୍ଦିଘୋଷ । ମଙ୍ଗଳବାର ହେରାପଞ୍ଚମୀ ଅବସରରେ ସେବକ ଓ ଦାସୀଙ୍କ ଗହଣରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘରେ ବିଜେ ହେବେ। ଜଗମୋହନରେ ଠାକୁରାଣୀ ବିଜେ ହୋଇ ଠାକୁରଙ୍କ ଆଜ୍ଞାମାଳ ଲାଗି ହେବେ । ରାଗ ରୋଷରେ ଗୁଣ୍ଡିଚାଘର ସମ୍ମୁଖରେ ପହଞ୍ଚି ଲକ୍ଷ୍ମୀ ଠାକୁରାଣୀ ନନ୍ଦିଘୋଷ ରଥ ଭାଙ୍ଗିବେ । ଶେଷରେ ହେରାଗୋହିରୀ ସାହି ହୋଇ ଠାକୁରାଣୀ ଶ୍ରୀମନ୍ଦିରକୁ ଫେରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେରାପଞ୍ଚମୀ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

ମଙ୍ଗଳବାର ରାତି ସାଢ଼େ ୯ଟାରେ ମା’ଲକ୍ଷ୍ମୀ ଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ । ପରେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇ ସନ୍ଧ୍ୟାଧୂପ ଶେଷ ହେବ ୯ଟା ୫୦ରେ । ୧୧ଟାରେ ମଇଲମ ହୋଇ ସାଢ଼େ ୧୧ଟାରେ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଯିବ । ରାତି ୧୨ଟାରେ ବଡ଼ସିଂହାର ବେଶ ହୋଇ ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ଼ ୧ଟା ସୁଦ୍ଧା ହେବ ବୋଲି ପ୍ରଶାସନ ସମୟ ଧାର୍ଯ୍ୟ ହୋଇଛି । ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଲାଗିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ