Masthead

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଛି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ୍ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଛି । ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା, କାହିଁକି ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଓଏଏସ୍‌ ଅଧିକାରୀଙ୍କୁ ଆକ୍ରମଣକାରୀ ଓ ଏହା ପଛରେ ଯେଉଁମାନେ ବି ରହିଛନ୍ତି ସମସ୍ତଙ୍କୁ ଜେଲ୍‌ରେ ପୂରାଇବୁ । ଆଇନ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବୁ, କାହାକୁ ଛାଡ଼ିବୁନି । ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ସଂଘର ପ୍ରତିନିଧି ଦଳକୁ ଏଭଳି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୋମବାର ରାତି ପ୍ରାୟ ୧୧ଟାରେ ଓଏଏସ୍‌ ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଘଟଣାରେ ପୁଲିସ ତ୍ୱରିତ୍‌ କାର୍ୟ୍ୟାନୁଷ୍ଠାନ ନେଇ ୩ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜା ଚାଲିଛି । ଓଏଏସ୍‌ମାନେ ମଙ୍ଗଳବାରଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଛୁଟିରେ ନ ଯିବାକୁ ଅନୁରୋଧ କରିଛନ୍ତି । ମୋ ଉପରେ ଆସ୍ଥା ରଖନ୍ତୁ । ମୁଁ ନିଶ୍ଚୟ ପଦକ୍ଷେପ ନେବି ବୋଲି ସଂଘକୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼