Masthead

ଆଜି ହେରା ପଞ୍ଚମୀ: ଅଭିମାନିନୀ ଭାଙ୍ଗିବେ ରଥ

ପୁରୀ (ବଡ଼ ଖବର ବ୍ୟୁରୋ): ଋକ୍ମିଣୀ ହରଣ ଏକାଦଶୀରେ ବିବାହ । ଚତୁର୍ଥୀ ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ହୋଇ ଅଣସର ଘରେ ଥିଲେ ନଟିଆ ଠାକୁର । ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଚାଲି ଆସିଛନ୍ତି । ପାଞ୍ଚଦିନ ପୂରିବାକୁ ବସିଲାଣି । ଖବର ନାହିଁ କି ଅନ୍ତର ନାହିଁ । ଏପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ଗଇଣ୍ଠାଳ ବି ଫିଟିନି ।

ସେଇଥିପାଇଁ ତ ମାଆ ବିମଳାଙ୍କ ପରାମର୍ଶ କ୍ରମେ ଆଜି ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମା ସାଆନ୍ତାଣୀ । ଦେଖିବେ କ’ଣ କରୁଛନ୍ତି କୋଠଭୋଗ ଖିଆ । ନିର୍ଦ୍ଧାରିତ ନୀତି ଓ ପରମ୍ପରା ଅନୁସାରେ ଆଜି ରାତିରେ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିବେ ମାଆ ସାଆନ୍ତାଣୀ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରିବେ ।

ଶରଧାବାଲିର ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହେବାପରେ ପତିମହାପାତ୍ର ସେବକଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ ସେବା ଆଦି ସଂପନ୍ନ କରାଯିବ ।ଏହାପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ୱାର ଦେଇ ମନ୍ଦିରକୁ ଯିବେ ମା ଲକ୍ଷ୍ମୀ ସାଆନ୍ତାଣୀ । କିନ୍ତୁ ଧୂପ ଚାଲିଥିବାରୁ ନା ଶ୍ରୀଜିଉଙ୍କ ଦର୍ଶନ ମିଳିବ,ନା ସାଥିରେ ଫେରିବେ ମହାବାହୁ । ଏଥିରେ ଅଭିମାନ କରି ରଥ ଭାଙ୍ଗି ହେରା ଗୋହରି ସାହି ଦେଇ ଶ୍ରୀମନ୍ଦିର ଫେରିବେ ଠାକୁରାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ