Masthead

ଆଜି ବସିବ ଛତିଶା ନଯୋଗ ବୈଠକ

ପୁରୀ (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ବସିବ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ନିର୍ଘଣ୍ଟ, ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ । ସନ୍ଧ୍ୟା ସାଢ଼େ ୫ଟା ବେଳେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସଭାଗୃହରେ ଏହି ବୈଠକ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ ଅଧ୍ୟକ୍ଷତା କରିବେ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ନିର୍ଘଣ୍ଟ କରିବାକୁ ଦୁଇ ଜଣିଆ କମିଟି ବୈଠକରେ ବିବରଣୀ ରଖିବା ପରେ ଏହାକୁ ଆଲୋଚନା କରାଯାଇ ଚୂଡ଼ାନ୍ତ ମୋହର ବାଜିବ । ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।

ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍‌ । ଏବେ ମରାମତି ଓ ଗଣତି ମଣତି ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବାକି ରହିଥିବା ବେଳେ ଆଜିର ଛତିଶାନି‌ଯୋଗ ବୈଠକରେ କଣ ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ