Masthead

ଠିକା କାମକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ପିଜୁଳି ବଗିଚା ଠିକା କାମକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ । ଉଦ୍ୟାନ ବିଭାଗ ଫାର୍ମ ଫାଟକ ସମ୍ମୁଖରେ ଧାରଣା ଦେଲା ବିଜେପି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦନମୋଦରପୁର -ବୋତଲଣ୍ତ ମୈାଜାକୁ ଲାଗିଥିବା ଉଦ୍ୟାନ ବିଭାଗର ପିଜୁଳି ବଗିଚା ଠିକାକାମକୁ ନେଇ ଜିଲ୍ଲା ପ୍ରଶାସନ ୬୦ କୋଟିରୁ ଉର୍ଦ୍ଧ୍ବ ଅର୍ଥ ମଞୀୁର କରିଥିଲେ । ଏହାକୁ ନେଇ ପ୍ରଥମ ପର୍ଯ୍ୟାୟରେ ପଡିଆ ସଫା ଜାରି ରହିଥିବା ବେଳେ ପ୍ରଥମେ ବିଜେପିର ଗୋଟିଏ ଗୋଷ୍ଠୀ ୨ ଟି ଜେସିବି କାମରେ ନିୟଜିତ କରିଥିଲା ।

ପରେ ବିଜେଡିର କିଛି ଲୋକ ସ୍ଥାନୀୟ ବିଧାୟକଙ୍କ ପାଖରୁ କାମ କରିବାର ଲେଖା ଆଣିଥିବା କହି ବିଜେପି ଗୋଷ୍ଠୀର ମେସିନ୍କୁ ବନ୍ଦ କରି ଏକା ସାଙ୍ଗରେ ୬ ଟି ମେସିନ୍ କାମରେ ନିୟୋଜିତ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଅଶାନ୍ତି ସୃଷ୍ଟ ହେବା ସହ ବିଜେଡି ଓ ବିଜେପି କାର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇôଥଲା । ପରେ ଏ ଘଟଣା ଥାନାକୁ ଯାଇଥିଲା । ମାତ୍ର ଥାନାରେ ଏହାର ସମାଧାନ ନହେବାରୁ ବିଜେପି ସମର୍ଥକମାନେ ସୁକିନ୍ଦା ଦମୋଦରପୁର ଉଦ୍ୟାନ ବିଭାଗ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା