ବିଜେଡିକୁ ଶକ୍ତି ଦେଲେ କୁଟ୍ଟେ-ଆଶିଷ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁଟ୍ଟେ-ଆଶିଷ ଲଗାଇଲେ ରାଜନୀତିରେ ନିଆଁ । ଦୁଇ ବିବାଦୀୟ ଅଫିସରଙ୍କୁ ନେଇ ତୁମ୍ବିତୋଫାନ । କେନ୍ଦ୍ରୀୟ ଡେପୁଟେସନରେ ଗଲେ ଡିଏସ କୁଟ୍ଟେ ଓ ଆଶିଷ ସିଂ । ଓଡ଼ିଶା ଛଡ଼ିବା ଖବର ଆସିବା ପରେ ଗଜିଲା ବିଜେଡି । ବିଜେପିକୁ କଲା ଆଲଟା ଆକ୍ରମଣ । ନିର୍ବାଚନ ସମୟରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗରେ ବିବାଦ ଘେରରେ ଥିବା ଡିଏସ କୁଟ୍ଟେ ଓ ଆଶିଷ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏନେଇ କେନ୍ଦ୍ର ଗୃହ ବିଭାଗ ରାଜ୍ୟ ମୁଖ୍ୟ ଶାସନ ସଚିବକଙ୍କୁ ଚିଠି ପରେ ଲାଗୁଛି ଯେମିତି ବିଜେଡି ନେତାଙ୍କୁ ବଳ ମିଳିଯାଇଛି । ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ କୁଟ୍ଟେ ଓ ଆଶିଷଙ୍କ ସହ ବିଜେପି ସଂପର୍କ ଥିଲା ।

ଉଭୟଙ୍କ ପ୍ରମୋସନ ପରେ ଏହା ସ୍ପଷ୍ଟ ହୋଇଛି । ସେପଟେ ପ୍ରମିଳା ମଲ୍ଲିକଙ୍କୁ କାଉଂଟର କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଦୁଇ ଅଫିସର ବିଜେପିର ଲିଙ୍କରେ ଥିଲେ ନା ନାହିଁ ତାହା ପ୍ରମିଳା ଅପା କହିପାରିବେ । ଏହା ସଂପୂର୍ଣ୍ଣ ଅବାସ୍ତବ କଥା । କାହା ସହ ଲିଙ୍କ୍ରେ ଥିଲେ ସବୁ ଲୋକ ଜାଣିଛନ୍ତି । ସେଥିପାଇଁ ଦିଲ୍ଲୀ ପଠାଯାଇଛି, ସର୍ଭିସ ରୁଲ୍ ଅନୁସାରେ ପ୍ରମୋସନ ହୋଇଛନ୍ତି । ନିର୍ବାଚନ ସମୟରେ ବିଜେଡି ପାଇଁ ଦୁଇ ସରକାରୀ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସଂ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା । ଏହାପରେ ଇସିଆଇ ଦୁଇ ଅଫିସରଙ୍କ ଉପରେ ଛାଟ ପକାଇଥିଲା । ଏବେ ଦୁଇ ଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସରକାରଙ୍କୁ ଘେରିବାକୁ ବିଜେଡିର ବଳ ମିଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’