Before Header

ଦିନିକିଆ ଝାଡଖଣ୍ଡ ବନ୍ଦ

0 1,115

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଦୀର୍ଘ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡ଼ି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି ।

ସେପଟେ ଜେଏମଏମ ଅଧକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ କରାଯାଇଛି। ଆଦିବାସୀ ସଂଘ ପକ୍ଷରୁ ଆଜି ଦିନିକିଆ ଝାଡ଼ଖଣ୍ଡ ବନ୍ଦ ପାଳନ କରାଯାଉଛି । ଆଦିବାସୀ ମୂଳବାସୀ ସଂଗଠନ ରାଜ୍ୟବାସୀଙ୍କୁ ଏହି ବନ୍ଦ ପାଳନରେ ସାମିଲ ହେବାକୁ ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ଅପିଲ କରିଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ କୌଣସି ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.