Masthead

ଆଜି ମା’ ଭଦ୍ରକାଳୀଙ୍କ ରାଜରାଜେଶ୍ୱରୀ ବେଶ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଚାଲିଛି ପାର୍ବଣ ଋତୁ, ଗାଁ ଠୁ ସହର ଉତ୍ସବ ମୁଖର। ଏହାରି ମଧ୍ୟରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ। କାଳୀ ପୂଜା ପାଇଁ ଭଦ୍ରକାଳୀ ସପ୍ତମାତୃକା ବେଶରେ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମା’ ସାତ ଦିନରେ ସାତଟି ଵେଶ ଧାରଣ କରନ୍ତି । ଆଜି ସପ୍ତମାତୃକା ବେଶ ର ତୃତୀୟ ଦିନ । ଏହି ତୃତୀୟ ଦିନରେ ରାଜରାଜେଶ୍ବରୀ ଵେଶରେ ଦର୍ଶନ ଦେଉଛନ୍ତି ମା’। ପୃଥିବୀକୁ ଶତୃଙ୍କୁ ସଂହାର କରିବା ପାଇଁ ଏହି ଵେଶ ଧାରଣ କରିଥାନ୍ତି । ସକାଳୁ ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି, ମାଆଙ୍କ କରୁଣା ଭିକ୍ଷା କରନ୍ତି  । କରୋନା କଟକଣା ପାଇଁ ମାଙ୍କୁ ପାଖରୁ ଦର୍ଶନ କରି ନ ପାରି ଭାବ ବିହ୍ୱୋଳ ହୋଇଛନ୍ତି ଶ୍ରଦ୍ଧାଳୁ। ତେବେ ଦୂରରୁ ଥାଇ ମାଙ୍କୁ ଦୁଃଖ ଜଣାଇବା ସହ, ଏହି ମହାମାରୀ କରୋନା ଦୁରେଇଯାଉ ବୋଲି ଗୁହାରି କରିଛନ୍ତି ଭକ୍ତ।

ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ରାଜରାଜେଶ୍ୱରୀ ବେଶ ଅନ୍ୟତମ। ତେବେ ପୂର୍ବରୁ ବେଦମାତା ପରେ ମହାକାଳୀ ବେଶରେ ଦର୍ଶନ ଦେଇଛନ୍ତି। ଆଗକୁ ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ, ମହାଲଷ୍ମୀ ବେଶରେ ରୀତିନୀତି ଅନୁସାରେ ଦର୍ଶନ ଦେବେ ମା’। ସରକାରଙ୍କ କୋଭିଡ କଟକଣା ଅନୁଯାଇ ମା’ ଭଦ୍ରକାଳୀଙ୍କ ଟ୍ରଷ୍ଟ ପକ୍ଷରୁ ମାଙ୍କ ପୀଠରେ ସାତଦିନ ବ୍ୟାପି ସପ୍ତମାତୃକା ବେଶର ପୂଜାର୍ଚନା ଚାଲିବ। ସାତଜଣ ସେବାୟତକୁ ନେଇ ମାଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉ ଥିବାବେଳେ, ମହାଯଜ୍ଞ, ଚଣ୍ଡୀପାଠସହ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟସମ୍ପନ ହେଉଛି। ଅନ୍ୟପକ୍ଷରେ ପୂଜାର୍ଚ୍ଚନା ସମୟରେ କୌଣସି ଶ୍ରଦ୍ଧାଳୁ ମନ୍ଦିର ପରିସରରେ, ମାଆଙ୍କୁ ଦର୍ଶନ କରିପାରିବେ ନାହିଁ। କିନ୍ତୁ ବାହାରୁ ଥାଇ ସମସ୍ଥେ ମାଆଙ୍କୁ ଦର୍ଶନ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ