Before Header

ଟସ ଜିତୋ ମ୍ୟାଚ ଜିତୋ

0 19

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନ୍ୟୁଜଲାଣ୍ଡ ଉପରେ ପାକସ୍ତାନର ବିଜୟ ବୋଧହୁଏ ଭାରତୀୟ ଦୃଷ୍ଟିକୋଣରୁ ସର୍ବୋତ୍ତମ ଫଳାଫଳ । ଦିନକୁ ଦିନ ପାକିସ୍ତାନ ନିଜର ପ୍ରଦର୍ଶନ ଭଲ କରିବାରେ ଲାଗିଛି । ଦଳର ବ୍ୟାଟିଂ ଲାଇନ ହେଉ କିମ୍ବା ବୋଲିଂ ଲାଇନ ସବୁଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି ପାକିସ୍ତାନ । ସେପଟେ ଗ୍ରୁପ-ଏରେ ଥିବା ଇଂଲଣ୍ଡ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଆସୁଛି । ଉଭୟ ଦେଶ ଦୁଇଟିରୁ ଦୁଇଟି ମ୍ୟାଚ ଜିତିବାରେ ସକ୍ଷମ ହୋଇ ପାରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଆମେ କହିପାରିବା କି ଟି-୨୦ ବିଶ୍ୱକପ ଟ୍ରଫି ପାଇଁ ଉଭୟ ଦେଶ ପାଖରେ ଢେର ସାରା ସୁଯୋଗ ରହିଛି । କାହିଁକିନା ଆମେ ଯଦି ପାକିସ୍ତାନକୁ ଦେଖିବା ତାହାଲେ ଦୁଇଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ ଅର୍ଥାତ ଭାରତ ଓ ନ୍ୟୁଜିଲାଣ୍ଡ ଭଳି ଦେଶମାନଙ୍କୁ ଅତି ସହଜରେ ପାକିସ୍ତାନ ହରାଇଦେଇଛି ।

ଯାହାଫଳରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି । ସେପଟେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଭାରତର କାର୍ଯ୍ୟକୁ ସହଜ କରିଛି । ଟୁର୍ଣ୍ଣାମେଣ୍ଟରେ ରହିବାକୁ ହେଲେ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ଜିତିବାକୁ ହେବ । ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ମାତ୍ରେ ଭାରତର ରାସ୍ତା ବହୁତ ସହଜ ହେବ । ପରେ ତାଙ୍କୁ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ଭଳି ଦୁର୍ବଳ ଦଳ ବିପକ୍ଷରେ ଖେଳିବାକୁ ପଡ଼ିବ । ଯଦି ଭାରତ ପରବର୍ତ୍ତୀ ୩ଟି ମ୍ୟାଚ ଜିତିବାରେ ସକ୍ଷମ ହୁଏ, ତାହାଲେ ଅତିସହଜରେ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିବ । ମ୍ୟାଚ ଜିତିବାକୁ ହେଲେ ଭାରତକୁ କାକର ପଡ଼ିବା ପୂର୍ବରୁ ସ୍ପିନରମାନଙ୍କୁ ଅଧିକ ବ୍ୟବହାର କରିବାକୁ ହେବ । କାହିଁକିନା ଆସନ୍ତା ନ୍ୟୁଜିଲାଣ୍ଡ ବିରୋଧୀ ମ୍ୟାଚ ପାକିସ୍ତାନ ମ୍ୟାଚ ଭଳି ରାତିରେ ହେବାକୁ ଯାଉଛି । କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନ ବ୍ୟତୀତ ଭାରତର ସମସ୍ତ ମ୍ୟାଚ ଦୁବାଇରେ ହେବାକୁ ଯାଉଛି । ଯେଉଁଠି ଅଧିନାୟକମାନେ ଆଖି ବନ୍ଦ କରି ପ୍ରଥମେ ଫିଲ୍ଡିଂ କରିବାକୁ ପସନ୍ଦ କରନ୍ତି । ତେଣୁ କୁହାଯାଉଛି ଟସ ଜିତୋ ମ୍ୟାଚ ଜିତୋ । ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ସୁପର ୧୨ରେ ଖେଳାଯାଇଥିବା ୯ରୁ ୮ ମ୍ୟାଚରେ ଏପରି ହେଉଥିବାର ଦେଖିବାକୁ ମିଳିଛି । ସାଧାରଣତଃ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଡିଉ ଫ୍ୟାକ୍ଟର ବହୁତ ରହୁଛି । ଫଳରେ ଦ୍ରୁତ ବୋଲରମାନଙ୍କୁ ପ୍ରାରମ୍ଭିକ ସଫଳତା ଡେରିରେ ମିଳୁଛି । ତେଣୁ ଟସ ଜିତିବା ହିଁ ମ୍ୟାଚର ହାରଜିତ ଫଇସଲା କରାଇଥାଏ ।

ଆଗାମୀ ମ୍ୟାଚରେ ହାର୍ଦ୍ଦିକ ଡ୍ର୍ପ ହୋଇ ତାଙ୍କ ଜାଗାରେ ଇଶାନ କିଶନ ଇନ୍ ହୋଇପାରନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କ ଡାହାଣ କାନ୍ଧରେ ଆଘାତ ହୋଇଥିଲା । ହେଲେ ନେଟ ଅଧିବେଶନରେ ସେ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ମ୍ୟାଚରେ ବୋଲିଂ କରିବା ଲାଗି ସେ ଫିଟ୍ କି ନାହିଁ ତାହା ଜଣାପଡ଼ୁନି । ଯଦି ପାଣ୍ଡ୍ୟାଙ୍କୁ କେବଳ ବ୍ୟାଟ୍ସମାନ ହିସାବରେ ଦଳ ଗ୍ରହଣ କରେ, ତାହା ଦଳ ପାଇଁ କ୍ଷତି ହୋଇପାରେ । ତେଣୁ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କ ବଦଳରେ କିଶନ ଖେଳିବାର ସମ୍ଭାବନା ବୃଦ୍ଧି ପାଇଛି ।

ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଟିମ ଇଣ୍ଡିଆକୁ ପରବର୍ତ୍ତୀ ମ୍ୟାଚରେ ନିଶ୍ଚିତ ବିଜୟ ଦରକାର । ଗ୍ରୁପର ପ୍ରତ୍ୟେକ ଦଳକୁ ୫ଟି ମ୍ୟାଚ ଖେଳିବାକୁ ପଡ଼ିବ । ଭାରତର ପରବର୍ତ୍ତୀ ମ୍ୟାଚ ୩୧ ଅକ୍ଟୋବର ରବିବାରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଛି । ଏଥିରେ ଇଶାନ କଶନଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀଙ୍କ ଜାଗାରେ ଆର୍ ଅଶ୍ୱିନୀ ଓ ଭୁବନେଶ୍ୱର କୁମାରଙ୍କ ଜାଗାରେ ସର୍ଦ୍ଦୁଲ ଠାକୁରଙ୍କ ଖେଳିବାର ସମ୍ଭାବନା ରହିଛି । କାରଣ ଏହି ମ୍ୟାଚରେ ଭାରତ ଏକ ସୁନିଶ୍ଚିତ ବିଜୟ ଚାହିଁବ ।

Leave A Reply

Your email address will not be published.