Masthead

ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟାରିଫକୁ ନେଇ ବଢ଼ୁଛି ଭାରତ ଆମେରିକା ମଧ୍ୟରେ ତିକ୍ତତା ।  ଟ୍ରମ୍ପଙ୍କ ଧମକକୁ ଭାରତ ଖାତିର ନକରିବାରୁ ଚିଡ଼ିଲେ ଟ୍ରମ୍ପ ।   ଭାରତ ଉପରେ ଆହୁରି ଟାରିଫ ବଢ଼ାଇବାକୁ ଟ୍ରମ୍ପଙ୍କ ଧମକ ।   ଭାରତକୁ ୟୁକ୍ରେନରେ ମରୁଥିବା ଲୋକଙ୍କ ଚିନ୍ତା ନାହିଁ ।  ଏମିତି ଜାରି ରହିଲେ ଆହୁରି ଶୁଳ୍କ ବଢ଼ାଇବ ଆମେରିକା । ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ  ।

ଋଷରୁ ତେଲ କିଣି ଭାରତ ବିପୁଳ ଲାଭ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଟ୍ର ମ୍ପ କହିଛନ୍ତି ଭାରତ କେବଳ ଋଷରୁ କ୍ରୁଡ ଅଏଲ କିଣୁନାହିଁ ବଂର ଏହି ତେଲକୁ ଖୋଲା ବଜାରରେ ବିକ୍ରି କରି ବିପୁଳ ଲାଭ କରୁଛି ।  ଋଷର ଆକ୍ରମଣ ଯୋଗୁ ୟୁକ୍ରେନରେ ପ୍ରତିଦିନ ଲୋକ ପ୍ରାଣ ହରାଉଛନ୍ତି କିନ୍ତୁ ଭାରତ ଏହାକୁ ଖାତିର କରୁନାହିଁ । ସେଥିପାଇଁ ଭାରତ ଉପରେ ଲାଗିଥିବା ଶୁଳ୍କକୁ ଆହୁରି ବଢାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ  ।  ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୟୁଏସ ଏବଂ ୟୁରୋପିଓ ଦେଶଙ୍କୁ କଡା ସମାଲୋଚନା କରାଯାଇଛି  ।

ଆମେରିକା ଓ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇଛି ଭାରତ ।  ଭାରତ କହିଛି, ବିଶ୍ୱ ବଜାର ପରିସ୍ଥିତି ଯୋଗୁ ଆବଶ୍ୟକତା ଅନୁଯାୟୀ ଭାରତ ତେଲ କିଣୁଛି  ।   କିନ୍ତୁ ଯେଉଁ ଦେଶମାନେ ଏହାର ସମାଲୋଚନା କରୁଛନ୍ତି, ସେମାନେ ନିଜେ ରୁଷିଆ ସହିତ ବାଣିଜ୍ୟରେ ଲିପ୍ତ ଅଛନ୍ତି, ଯଦିଓ ଏପରି ବାଣିଜ୍ୟ ଏକ ଅତ୍ୟାବଶ୍ୟକ ବାଧ୍ୟତା ନୁହେଁ  । ସେପଟେ ଟ୍ରମ୍ପଙ୍କ ଟାରିଫ ଧମକ ପରେ ଭାରତର କଡ଼ା ଜବାବ । ନିଜେ ରୁଷିଆ ସହ ବେପାରରେ ମାତିଛି ଆମେରିକା, EU । ରୁଷିଆ ଠାରୁ ଖଣିଜ ପଦାର୍ଥ, କେମିକାଲ୍ସ କିଣୁଛି ଆମେରିକା । ଭାରତର ପାରମ୍ପରିକ ଯୋଗାଣକାରୀ ରାଷ୍ଟ୍ର ରୁଷିଆ । ନିଜେ ବେପାର କରି ଅଯଥାରେ ଟାର୍ଗେଟ୍‌ କରୁଛନ୍ତି  । ଭାରତ ନିଜର ଜାତୀୟ ସ୍ବାର୍ଥକୁ ଦୃଷ୍ଟି ରଖି କାମ କରିବ ।

ଆମେରିକା ନିଜର ପରମାଣୁବିକ ଶିଳ୍ପ ପାଇଁ ରୁଷିଆରୁ ଇଉରାନିୟମ ହେକ୍ସାଫ୍ଲୋରାଇଡ କିଣୁଛି ।  ଆମେରିକା ଇଭି ଶିଳ୍ପ ପାଇଁ ପାଲାଡିୟମ, ସାର ଏବଂ ରାସାୟନିକ ପଦାର୍ଥ ଆମଦାନୀ ଜାରି ରଖିଛି ।  ସେ ଦୃଷ୍ଟିରୁ ଭାରତ ନିଜର ଶକ୍ତି କ୍ଷେତ୍ରରେ ଆବଶ୍ୟକତା ପୁରଣ ପାଇଁ ତେଲ କିଣି କିଛି ଭୁଲ କରିନାହିଁ ।   କାହିଁକି ଭାରତକୁ ଆମେରିକା ଓ ଇଉରୋପ ଦେଶ ଟାର୍ଗେଟ କରୁଛନ୍ତି କହିଛି ବୈଦେଶିକ ମନ୍ତ୍ରଣାଳୟ ।  ନିଜର ଅର୍ଥନୀତିର ସୁରକ୍ଷା ପାଇଁ କିଛିବି ପଦକ୍ଷେପ ନେବାକୁ ଭାରତ ପଛାଇବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ