Masthead

ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟାରିଫକୁ ନେଇ ବଢ଼ୁଛି ଭାରତ ଆମେରିକା ମଧ୍ୟରେ ତିକ୍ତତା ।  ଟ୍ରମ୍ପଙ୍କ ଧମକକୁ ଭାରତ ଖାତିର ନକରିବାରୁ ଚିଡ଼ିଲେ ଟ୍ରମ୍ପ ।   ଭାରତ ଉପରେ ଆହୁରି ଟାରିଫ ବଢ଼ାଇବାକୁ ଟ୍ରମ୍ପଙ୍କ ଧମକ ।   ଭାରତକୁ ୟୁକ୍ରେନରେ ମରୁଥିବା ଲୋକଙ୍କ ଚିନ୍ତା ନାହିଁ ।  ଏମିତି ଜାରି ରହିଲେ ଆହୁରି ଶୁଳ୍କ ବଢ଼ାଇବ ଆମେରିକା । ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ  ।

ଋଷରୁ ତେଲ କିଣି ଭାରତ ବିପୁଳ ଲାଭ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଟ୍ର ମ୍ପ କହିଛନ୍ତି ଭାରତ କେବଳ ଋଷରୁ କ୍ରୁଡ ଅଏଲ କିଣୁନାହିଁ ବଂର ଏହି ତେଲକୁ ଖୋଲା ବଜାରରେ ବିକ୍ରି କରି ବିପୁଳ ଲାଭ କରୁଛି ।  ଋଷର ଆକ୍ରମଣ ଯୋଗୁ ୟୁକ୍ରେନରେ ପ୍ରତିଦିନ ଲୋକ ପ୍ରାଣ ହରାଉଛନ୍ତି କିନ୍ତୁ ଭାରତ ଏହାକୁ ଖାତିର କରୁନାହିଁ । ସେଥିପାଇଁ ଭାରତ ଉପରେ ଲାଗିଥିବା ଶୁଳ୍କକୁ ଆହୁରି ବଢାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ  ।  ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୟୁଏସ ଏବଂ ୟୁରୋପିଓ ଦେଶଙ୍କୁ କଡା ସମାଲୋଚନା କରାଯାଇଛି  ।

ଆମେରିକା ଓ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇଛି ଭାରତ ।  ଭାରତ କହିଛି, ବିଶ୍ୱ ବଜାର ପରିସ୍ଥିତି ଯୋଗୁ ଆବଶ୍ୟକତା ଅନୁଯାୟୀ ଭାରତ ତେଲ କିଣୁଛି  ।   କିନ୍ତୁ ଯେଉଁ ଦେଶମାନେ ଏହାର ସମାଲୋଚନା କରୁଛନ୍ତି, ସେମାନେ ନିଜେ ରୁଷିଆ ସହିତ ବାଣିଜ୍ୟରେ ଲିପ୍ତ ଅଛନ୍ତି, ଯଦିଓ ଏପରି ବାଣିଜ୍ୟ ଏକ ଅତ୍ୟାବଶ୍ୟକ ବାଧ୍ୟତା ନୁହେଁ  । ସେପଟେ ଟ୍ରମ୍ପଙ୍କ ଟାରିଫ ଧମକ ପରେ ଭାରତର କଡ଼ା ଜବାବ । ନିଜେ ରୁଷିଆ ସହ ବେପାରରେ ମାତିଛି ଆମେରିକା, EU । ରୁଷିଆ ଠାରୁ ଖଣିଜ ପଦାର୍ଥ, କେମିକାଲ୍ସ କିଣୁଛି ଆମେରିକା । ଭାରତର ପାରମ୍ପରିକ ଯୋଗାଣକାରୀ ରାଷ୍ଟ୍ର ରୁଷିଆ । ନିଜେ ବେପାର କରି ଅଯଥାରେ ଟାର୍ଗେଟ୍‌ କରୁଛନ୍ତି  । ଭାରତ ନିଜର ଜାତୀୟ ସ୍ବାର୍ଥକୁ ଦୃଷ୍ଟି ରଖି କାମ କରିବ ।

ଆମେରିକା ନିଜର ପରମାଣୁବିକ ଶିଳ୍ପ ପାଇଁ ରୁଷିଆରୁ ଇଉରାନିୟମ ହେକ୍ସାଫ୍ଲୋରାଇଡ କିଣୁଛି ।  ଆମେରିକା ଇଭି ଶିଳ୍ପ ପାଇଁ ପାଲାଡିୟମ, ସାର ଏବଂ ରାସାୟନିକ ପଦାର୍ଥ ଆମଦାନୀ ଜାରି ରଖିଛି ।  ସେ ଦୃଷ୍ଟିରୁ ଭାରତ ନିଜର ଶକ୍ତି କ୍ଷେତ୍ରରେ ଆବଶ୍ୟକତା ପୁରଣ ପାଇଁ ତେଲ କିଣି କିଛି ଭୁଲ କରିନାହିଁ ।   କାହିଁକି ଭାରତକୁ ଆମେରିକା ଓ ଇଉରୋପ ଦେଶ ଟାର୍ଗେଟ କରୁଛନ୍ତି କହିଛି ବୈଦେଶିକ ମନ୍ତ୍ରଣାଳୟ ।  ନିଜର ଅର୍ଥନୀତିର ସୁରକ୍ଷା ପାଇଁ କିଛିବି ପଦକ୍ଷେପ ନେବାକୁ ଭାରତ ପଛାଇବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ