ସେନାରେ ମେଡିକାଲ ଫିଟନେସ ଏକ ତର୍କହୀନ ଯୁକ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ ହୋଇଛି। ସେନାରେ ମହିଳା ଅଫିସରଙ୍କ ସହ ଜଡିତ ଏକ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣିରେ କୁହାଯାଇଛି ଯେ, ଆମ ସମାଜରେ ପୁରୁଷଙ୍କ ପାଇଁ ପ୍ରଚଳିତ ବ୍ୟବସ୍ଥା ପୁରୁଷମାନେ ହିଁ ବନାଇଛନ୍ତି । ସେନା ବାହିନୀ ବିଶେଷ କରି ଆର୍ମିରେ ସ୍ଥାୟୀ କମିଶନ ପାଇଁ ମହିଳା ଅଫିସରଙ୍କ ପାଇଁ ଧାର୍ୟ୍ୟ ମେଡିକାଲ ଫିଟନେଶର ମାନଦଣ୍ଡ ତର୍କହୀନ ଓ ଏକପାଖିଆ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଆର୍ମିରେ ସ୍ଥାୟୀ କମିଶନ ପାଇଁ ଦାବି କରି ୮୦ ଜଣ ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ମେଡିକାଲ ଗ୍ରାଉଣ୍ଡକୁ ଆଧାର କରିବା ଆଦୌ ଠିକ୍ ନୁହେଁ। ଏଭଳି ଆଚରଣ ଶର୍ଟ ସର୍ଭିସ କମିଶନ(ଏସଏସସି) ମହିଳା ଅଫିସରଙ୍କୁ ଆର୍ଥିକ ଓ ମାନସିକ ଆଘାତ ଦେଉଛି। ଆବେଦନ କରିଥିବା ମହିଳା ଅଫିସରମାନେ ଭଲ କାମ କରି ଏକାଧିକ ପୁରସ୍କାର ଜିତିଛନ୍ତି। ସେହିପରି ଏକାଧିକ ମହିଳା ଅଫିସର ସେମାନଙ୍କୁ ବିଦେଶରେ ମିଳିଥିବା କାମକୁ ଠିକ ଭାବେ ସମ୍ପାଦନ କରିଛନ୍ତି। ଆମେ ଜାଣିବାକୁ ପାଇଛୁ ଯେ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ମହିଳାଙ୍କୁ ମଧ୍ୟ ଅଣଦେଖା କରାଯାଇଛି।

ପୂର୍ବରୁ ଏନେଇ କୋର୍ଟ ଫେବୃଆରୀ ୨୦୨୦ ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ସେନା ତରଫରୁ ମହିଳା ଅଫିସରଙ୍କୁ ଫିଟନେସ୍ ଆଧାରରେ ସ୍ଥାୟୀ କମିଶନ ନଦିଆଯିବାକୁ ସେନାର ଭୁଲ ବୋଲି କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଥିଲେ କି ଦିଲ୍ଲୀ ହାଇକୋର୍ଟ ୨୦୧୦ ମସିହାରେ ଏନେଇ ରାୟ ଦେଇଥିଲେ । ଏହି ରାୟକୁ ୧୦ ବର୍ଷ ପୁରି ଯାଇଥିଲେ ବି ସେନା ଫିଟନେସ୍ ଓ ଶରୀରର ଆକାର ଆଧାରରେ ସ୍ଥାୟୀ କମିଶନ ଲାଗୁ ନକରିବା ସେନାର ଭୁଲ ନିଷ୍ପତ୍ତି ।ସୁପ୍ରିମକୋର୍ଟ କହିଛନ୍ତି, ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨୮୪ ଜଣଙ୍କ ମଧ୍ୟରୁ କେବଳ ୧୬୧ ମହିଳାଙ୍କୁ ସ୍ଥାୟୀ କମିଶନ ଦିଆଯାଇଛି।

ଅନ୍ୟମାନଙ୍କୁ ମେଡିକାଲ ଗ୍ରାଉଣ୍ଡ ଆଳରେ ସ୍ଥାୟୀ କମିଶନ ପ୍ରଦାନ କରାଯାଇ ନଥିଲା। ଯେଉଁମାନଙ୍କୁ ରିଜେକ୍ଟ କରାଯାଇଛି, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯାଉ। ସେନାର ମେଡିକାଲ ଫିଟନେଶ ମାନଦଣ୍ଡ ଠିକ ନୁହେଁ। ମହିଳାମାନଙ୍କ ପ୍ରତି ଏହା ଭେଦଭାବକୁ ଦର୍ଶାଉଛି। ଗୋଟିଏ ମାସ ମଧ୍ୟରେ ଏହି ମହିଳାମାନେ ପୁଣି ମେଡିକାଲ ଫିଟନେଶର ସମ୍ମୁଖୀନ ହେବେ। ସେହିପରି ଦୁଇମାସ ମଧ୍ୟରେ ଯଦି ସେମାନେ ମେଡିକାଲ ଟେଷ୍ଟରେ ଫିଟ୍ ଅଛନ୍ତି, ତାହେଲେ ସେମାନଙ୍କୁ ସ୍ଥାୟୀ କମିଶନ ଦିଆଯିବ ବୋଲି କୋର୍ଟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!