Masthead

ଟ୍ୱିଟରକୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ

ବଡ଼ ଖବର ବ୍ୟୁରୋ: ଆମେରିକାର ପୂର୍ବନତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଟ୍ୱିଟରକୁ ଫେରିବାକୁ ଚାହୁଁଛନ୍ତି । ଏନେଇ ଫ୍ଲୋରିଡାର ଜଣେ ସଂଘୀୟ ଜଜଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣିଥରେ ଚାଲୁ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ଜାନୁଆରୀରେ କ୍ୟାପିଟାଲ ହିଂସା ପରେ ଟ୍ୱିଟର ତାଙ୍କ ଆକାଊଣ୍ଟକୁ ବନ୍ଦ କରିଦେଇଥିଲା । ଏହା ପରେ ଅନ୍ୟ ସୋସିଆଲ ମିଡିଆ କମ୍ପାନୀମାନେ ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ତେବେ ବର୍ତ୍ତମାନ ଫ୍ଲୋରିଡା କୋର୍ଟରେ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ ବିରୋଧରେ ନିର୍ଦ୍ଦେଶ ଦେବା ପାଇଁ କୋର୍ଟଙ୍କୁ ନିକଟରେ ନିବେଦନ କରିଛନ୍ତି । ଏହା ସହ ଆମେରିକାର କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ କମ୍ପାନୀକୁ ବାଧ୍ୟ କରାଯାଇଥିଲା ବୋଲି ଟ୍ରମ୍ପ ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କ ଟ୍ୱିଟ ହିଂସାକୁ ପ୍ରଶୟ ଦେଉଛି ବୋଲି ଟ୍ୱିଟର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ