Masthead

ପିକଅପ ଜବତ, ଚୋର ଗିରଫ

ତୁମୁଡିବନ୍ଧ(ବଡଖବର ବ୍ୟୁରୋ ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଛେଳି ଚୋରି ଏକ ସାଧାରଣ ଘଟଣା । ୯୯ ପ୍ରତିଶତ ଛେଳି ଚୋରି ଘଟଣା ଲୁଚି ରହିଯାଉଛି । ମାତ୍ର ଏକ ପ୍ରତିଶତ ଥାନାକୁ ଆସିବା ପରେ ମାମଲା ରୁଜୁ ହେଉଛି । ତୁମୁଡିବନ୍ଧ ବ୍ଲକର ଗାଁ ଗହଳିର ପ୍ରାୟ ଲୋକ ଛେଳି ପୋଷିଥାନ୍ତି। ଏଥିରୁ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି। ତେବେ ଗାଁ ଗହଳିର ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାନ୍ତି ଚୋରମାନେ। ଥାନା କୋର୍ଟ କଚେରୀ ଝାମେଲାକୁ ନଯାଇ ପ୍ରାୟ ଲୋକ ଛେଳି ଚୋରି ହେଲେ ଚୁପ ରହିଯାଉଛନ୍ତି । ଫଳରେ ଚୋରମାନଙ୍କୁ ଚୋରି କରିବା ପାଇଁ ସାହସ ମିଳିଯାଉଛି । ୪ଦିନ ତଳେ ଜଣେ ଛେଳି ଚୋରି ମାମଲାରେ ଜେଲ ଯାଇଥିଲେ । ସେ ବେଲରେ ନ ଆସୁଣୁ ପୁଣି ଆଜି ଏକ ଛେଳି ଚୋରି ଘଟଣା ଘଟିଥିଲା।

ଗତକାଲି ରାତିରେ ଏକ ନକଲି ନମ୍ବର ଥିବା ପିକଅପ ଧରି ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଂଚାୟତର ମାଡାସପାଜୁ ଗ୍ରାମକୁ ଯାଇ ଚାରି ଜଣ ଚୋର ଛେଳି ଚୋରି କରିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ସେମାନଙ୍କୁ ଧରି ନିସ୍ତୁକ ମାଡ଼ ମାରି ତୁମୁଡିବନ୍ଧ ଥାନାକୁ ଖବର ଦେଇଥିଲେ। ପୋଲିସ ସଦଳବଳ ଘଟଣା ସ୍ଥଳରେ ପହଂଚି ନକଲି ନମ୍ବର ଥିବା ପିକଅପ ଜବତ କରିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ଗ୍ରାମର ତୁମୁ ନାୟକ (୨୪ ), ଏବଂ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ କୁଟଡ଼ପାଟ ଗ୍ରାମର ରବି ନାୟକ (୨୬), ସୁଶୀଲ ନାୟକ (୩୦), ଓ ଖଲିଆମୁଣ୍ଡା ଗ୍ରାମର ଦୁଷ୍ମନ୍ତ ମାଝୀ (୨୧) ଙ୍କୁ ପୋଲିସ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ