Masthead

ତୁର୍କୀ-ସିରିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୨୮ ହଜାର ପାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଳୟଙ୍କାରୀ ଭୂମିକମ୍ପରେ ଛାରଖାର ହୋଇଛି ତୁର୍କୀ, ସିରିୟା । ତୁର୍କୀ ଓ ସିରିଆରେ ଆସିଥିବା ପ୍ରଳୟଙ୍କାରୀ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୃତକଙ୍କ ସଖ୍ୟା ୨୮ ହଜାର ଟପିଛି। ତୁର୍କୀରେ ୨୪ ହଜାର ୬୧୭ ହୋଇଥିବା ବେଳେ ସିରିଆରେ ୩ ହଜାର ୫୭୫କୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲଗାତର ଧ୍ୱଂସାବଶେଷ ତଳୁ ମୃତଦେହ ବାହାରି ଚାଲିଛି। ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରହିଛି । ଭାରତରୁ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅହରହ ନିୟୋଜିତ ରହିଛନ୍ତି ଏବଂ ବରଫପାତ ଭିତରେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଭାରତ ସମେତ ୬୦ରୁ ଅଧିକ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି।

ସବୁଠି ଭୂକମ୍ପ ଜନିତ ବିଧ୍ୱଂଶକାରୀ ପ୍ରଳୟ ଭିତରେ ଥଣ୍ଡା, ଭୋକ ଓ ହତାଶାରେ ଲୋକେ ଛଟପଟ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍‌ରସ ଆଦନୋମ ଗେବ୍ରେୟେସସ୍‌ ସିରିଆର ଭୂକମ୍ପ ପ୍ରଭାବିତ ଆଲେପୋ ସହରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ସେପଟେ ତୁର୍କୀରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସମସ୍ୟା ବଢ଼ିଛି। କେତେକ କଠୋରପନ୍ଥୀ ଜର୍ମାନୀ ଓ ଅଷ୍ଟ୍ରିଆର ଉଦ୍ଧାରକାରୀ ଦଳକୁ ଟାର୍ଗେଟ୍‌ କରିବା ପରେ ଜର୍ମାନୀ ତା’ର କାର୍ୟ୍ୟ ବନ୍ଦ ରଖିଛି। ପ୍ରଭାବିତ ଅଞ୍ଚଳରେ ଲୁଟ୍‌ପାଟ ହେଉଥିବା ମଧ୍ୟ ଦେଖାଦେଇଛି। ସରକାର ସୁରକ୍ଷା ବାହିନୀକୁ ଲୁଟେରାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୁର୍କୀ ସମାଚର ଏଜେନ୍ସି ମୁତାବକ, ଭୂମିକମ୍ପ ପରେ ଲୁଟ୍‌ପାଟ କରୁଥିବା ଅଭିଯୋଗରେ ଆଠଟି ଭିନ୍ନ ଭିନ୍ନ ଅଞ୍ଚଳରୁ ୪୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।

ଏମିତି ସ୍ଥିତିରେ ବିଭିନ୍ନ ଦେଶ ତରଫରୁ ଉଦ୍ଧାର କାର୍ୟ୍ୟ ସହ ରିଲିଫ ପ୍ରଦାନ ଜୋରସୋରରେ ଚାଲିଛି । ଆଉ ଏହି କ୍ରମରେ ଭାରତ ରହିଛି ସମସ୍ତଙ୍କଠାରୁ ଆଗରେ । ଅପରେସନ ଦୋସ୍ତ ଜରିଆରେ ଭାରତର ୭ମ ପ୍ଲେନ ରିଲିଫ ସାମଗ୍ରୀ ନେଇ ତୁର୍କୀ ଓ ସିରିଆ ଅଭିମୁଖେ ଯାଇସାରିଛି । ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରପୋର୍ଟରୁ ଭାରତର ଗ୍ଲୋବମାଷ୍ଟର ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଉଡ଼ିଛି । ଏନେଇ ନିଜେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଦେଇଛନ୍ତି । ବିମାନଟି ଉଭୟ ତୁର୍କୀ ଓ ସିରିଆକୁ ଯାଇ ରିଲିଫ ସାମଗ୍ରୀ ପହଞ୍ଚାଇବ । ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଯାଇଥିବା ଗ୍ଲୋବମାଷ୍ଟର ପ୍ରଥମେ ସିରିଆ ରାଜଧାନୀ ଦମିସ୍କରେ ପହଞ୍ଚିବ । ସେଠାରେ ୨୩ ଟନରୁ ଅଧିକ ରିଲିଫ୍ ସାମଗ୍ରୀ ଓହ୍ଲାଇବା ପରେ ତୁର୍କୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ।

ତୁର୍କୀରେ ବାକି ୧୨ ଟନରୁ ଅଧିକ ରିଲିଫ ସାମଗ୍ରୀ ଓହ୍ଲାଇବ । ସିରିଆକୁ ଯାଇଥିବା ରିଲିଫ ସାମଗ୍ରୀରେ ସ୍ଲିପିଂ ମେଟ, ଜେନେରେଟର ସେଟ୍, ସୋଲାର ଲ୍ୟାମ୍ପ, ଜରି ପାଲ, କମ୍ବଳ, ଔଷଧ ଓ ଖାଦ୍ୟ ସାମଗ୍ରୀ ରହିଛି । ସେହିପରି ତୁର୍କୀକୁ ଯାଇଥିବା ରିଲିଫ ସାମଗ୍ରୀରେ ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ, ଏନଡିଆରଏଫ ପାଇଁ ଆବଶ୍ୟକ ସାମଗ୍ରୀ, ଇସିଜି, ମନିଟର, ଆନେଥେସିଆ ମେସିନ, ସିରିଜ ଓ ଗ୍ଲୁକୋମିଟର ପରି ଚିକିତ୍ସା ଉପକରଣ ରହିଛି । ଏହାସହ କମ୍ବଳ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ମଧ୍ୟ ଏଥିରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି