Masthead

ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣି ବ୍ଲୁ-ଟିକ ଲଗାଇଲା ଟ୍ୱିଟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣି ବ୍ଲୁ-ଟିକ ଲଗାଇଲା ଟ୍ୱିଟର । ଆଜି ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କର ବ୍ୟକ୍ତିଗତ ଆକାଉଣ୍ଟରୁ ଅଫିସିଆଲ ମାର୍କ ବା ବ୍ଲୁ-ଟିକ ହଟାଇଥିଲା ଟ୍ୱିଟର । କେବଳ ଉପରାଷ୍ଟ୍ରପତିଙ୍କର ନୁହେଁ ପ୍ରମୁଖ ଆରଏସଏସ ନେତାମାନଙ୍କର ମଧ୍ୟ ବ୍ଲୁ-ଟିକ ହଟାଇଛି ଟ୍ୱିଟର । ଯାହାକୁ ନେଇ ଏବେ ବିବାଦ ଆହୁରି ବଢ଼ିଛି । ଜାତୀୟ ଗଣମାଧ୍ୟମରେ ଏହା ବର୍ତ୍ତମାନ ଏକ ବିତର୍କିତ ବିଷୟ ପାଲଟି ସାରିଛି । ତେବେ ଆଇଟି ମନ୍ତ୍ରାଳୟ ଟ୍ୱିଟରର ଏହି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଦେଶର ଦ୍ୱିତୀୟ ନାଗରିକଙ୍କ ସହିତ ଟ୍ୱିଟରର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ଆଇଟି ମନ୍ତ୍ରାଳୟ । ଏହାଛଡ଼ା ଉପରାଷ୍ଟ୍ରପତି କୌଣସି ରାଜନୈତିକ ବ୍ୟକ୍ତି ନୁହନ୍ତି । ରାଜନୀତିରୁ ଉଦ୍ଧ୍ୱର୍ ସାମ୍ବିଧାନିକ ପଦବୀରେ ରହିଛନ୍ତି । ଟ୍ୱିଟର ତାଙ୍କର ବ୍ଲୁ-ଟିକ ହଟାଇବା ଟ୍ୱିଟରର ମନ୍ଦ ଉଦ୍ଦେଶ୍ୟ ବୋଲି କହିଛି କେନ୍ଦ୍ର ।

କେବଳ ଏତିକି ନୁହେଁ, ଆମେରିକାରେ ସାମ୍ବିଧାନିକ ପଦବୀରେ ବସିଥିବା ଲୋକଙ୍କ ସହ ଟ୍ୱିଟର ଏଭଳି କରିପାରିବ କି ବୋଲି ମଧ୍ୟ ପ୍ରଶ୍ନ କରିଛି ଆଇଟି ମନ୍ତ୍ରାଳୟ । ଏହାଛଡ଼ା ଯଦି ଉପରାଷ୍ଟ୍ରପତି ଅନେକ ଦିନ ହେବ ଟ୍ୱିଟ୍ କରୁନଥିଲେ ବୋଲି ଏପରି କରାଯାଇଛି ତେବେ ସୁଷମା ସ୍ୱରାଜ, ଅରୁଣ ଜେଟଲିଙ୍କ ଟ୍ୱିଟର ଆକାଉଣ୍ଟରୁ ଏପର୍ଯ୍ୟନ୍ତ ବ୍ଲୁ-ଟିକ କିପରି ହଟିନି ବୋଲି ପ୍ରଶ୍ନ କରିଛି ମନ୍ତ୍ରାଳୟ । ସେହିପରି ଆରଏସଏଏସ ମୁଖ୍ୟ ମୋହନ ଭାଗବତ, ପ୍ରମୁଖ ନେତା ସୁରେଶ ଜୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀ ଏବଂ ଅଖିଳ ଭାରତୀୟ ପ୍ରଚାରର ପ୍ରମୁଖ ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ବ୍ଲୁ-ଟିକ୍ ହଟାଇଛି ଟ୍ୱିଟର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା