ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ

ଉଦଳା (ବଡ଼ ଖବର ବ୍ୟୁରୋ):  ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ । ଗଛ ମୂଳେ ପଢା ସହିତ ଖିଆପିଆ । ପ୍ରତି ମୂହୁର୍ତ୍ତରେ ବିପଦ । ଏଦୃଶ୍ୟ ହେଉଛି କପ୍ତିପଦା ବ୍ଲକ ବେଦାନବାହାଳୀ ପଞ୍ଚାୟତ କନ୍ଦାସାହି ଅଙ୍ଗନୱାଡିର । ଅଙ୍ଗନୱାଡିରେ ପଢୁଛନ୍ତି ୨୨ ପିଲା । ଗ୍ରାମର କମିଟି ଗୃହ ସାମ୍ନାରେ ଥିବା ଆମ୍ବ ଗଛ ମୂଳେ ପିଲାମାନେ ପାଠ ପଢୁଛନ୍ତି । ଦୁଇ ବର୍ଷ ପୂର୍ବରୁ ଅଙ୍ଗନୱାଡି କର୍ମୀ ଫୁଲେଶ୍ୱରୀ ମୁଣ୍ଡାଙ୍କ ନିଜସ୍ୱ ଘରେ ଚାଲିଥିଲା ଅଙ୍ଗନୱାଡି ।

ଘର ଭାଙ୍ଗିଯିବା ପରେ ବନ୍ଦ ହୋଇଗଲା ପାଠ ପଢା। ଏହା ପରେ ଗ୍ରାମବାସୀ ମାନେ ଗ୍ରାମରେ ଥିବା କମିଟି ଗୃହରେ ଅଙ୍ଗନବାଡି ଚଳାଇବାକୁ କହିଥିଲେ। କିନ୍ତୁ କମିଟି ଗୃହ ଟି ଏତେ ଛୋଟ ଯେ ପିଲା ବସି ପଢିବା, ରୋଷେଇ ହେଵା ଏବଂ ଅନ୍ୟ ସାମଗ୍ରୀ ଯେମିତି କି ଛତୁଆ, ଅଣ୍ଡା ସହିତ ଅନ୍ୟ ଆସବାବପତ୍ର ରହିବା କଷ୍ଟ । ସେଥିପାଇଁ କମିଟି ଗୃହ ବାହାରେ ଜରିପାଲ ଟାଣି ତଳେ ଚାଲିଛି ଶିକ୍ଷାଦାନ। ହେଲେ ତାହା ବି ସମ୍ଭବ ନ ହେବାରୁ ଶେଷରେ କମିଟି ଗୃହ ସାମ୍ନାରେ ଆମ୍ବ ଗଛ ମୂଳେ ଚାଲିଛି ଅଙ୍ଗନୱାଡି। ଆଉ ପିଲାଙ୍କ ସୁରକ୍ଷା ପାଇଁ ଅଙ୍ଗନବାଡି କର୍ମୀ ସବୁବେଳେ ପ୍ରତି ପିଲାଙ୍କୁ ଜଗି ରହୁଛନ୍ତି। ଏଭଳି ଅବସ୍ଥାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ।

ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା । ଅଙ୍ଗନୱାଡି ଗୃହ ନିମନ୍ତେ ବାରମ୍ବାର ସିଡିପିଓଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନାହାନ୍ତି । ଯାହାକୁ ନେଇ  ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ଏ ବାବଦରେ କପ୍ତିପଦା ସିଡିପିଓ କିତନି ଲିଆଙ୍ଗିଙ୍କୁ ପଚାରିବାରୁ ତଦନ୍ତ ସରିଛି ଏବଂ ସରକାରୀ ଅନୁଦାନ ଆସିଲେ ଘର କାମ ଆରମ୍ଭ ହେବ ବୋଲି କହିଛନ୍ତି। କେବେ ତିଆରି ହେବ ଅଙ୍ଗନୱାଡି କେନ୍ଦ୍ର । କେବେ ଶୁଣିବ ପ୍ରଶାସନ ।  କେବେ ସୁରକ୍ଷିତ ଯାଗାରେ ବସି ପଢିବେ କୁନି କୁନି ଛୁଆ ଦେଖିବାକୁ  ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ