ସ୍ୱର୍ଗକୁ ଗଲେ ମିଳିବ ଭତ୍ତା

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ): ବୃଦ୍ଧାବସ୍ଥାରେ ଜଣେ ଅସହାୟ ହେବା ସ୍ୱାଭାବିକ । ଅଭାବୀ ମଣିଷ ପାଇଁ ବୃଦ୍ଧାବସ୍ଥା ଅଭିଶାପ ପାଲଟିଯାଏ । ଏହାକୁ ନଜରରେ ରଖି ସରକାର ବୃଦ୍ଧ, ବୃଦ୍ଧା ଓ ଅସହାୟଙ୍କ ସୁବିଧା ପାଇଁ କରିଛନ୍ତି ଭତ୍ତା ଯୋଜନା । କିନ୍ତୁ କେତେକ ସ୍ଥାନରେ ସଂପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ଲୋକେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦୋରାଗୁଡ଼ା ପଞ୍ଚାୟତର ଖଙ୍ଗାରପାର ଗାଁରେ । ଦନାଇ ଖିଲ ଅନେକ ଥର ସ୍ଥାନୀୟ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ହେଁ ଏବେବି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି । ଯୋଗ୍ୟ ବିବେଚିତ ଏହି ହିତାଧିକାରୀ ଅନେକ ଥର ଭତ୍ତାପାଇଁ ଆବେଦନ କରିଛନ୍ତି । ମାତ୍ର ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଦନାଇ ଖିଲ ଦୁଃଖର ସହିତ କହିଛନ୍ତି । ଦନାଇଙ୍କ ସ୍ୱାମୀ ବୁଦ୍ରା ଖିଲ ଆରପାରିକୁ ଚାଲିଯିବାର ଦୀର୍ଘ ୨୦ବର୍ଷ ବିତିଗଲାଣି । ମାତ୍ର ବୃଦ୍ଧା ଦନାଇ ଖିଲଙ୍କୁ ବିଧବା ଭତ୍ତା ଦେବାକୁ ସରକାର ଭୁଲିଯାଇଛନ୍ତି । ସ୍ୱର୍ଗକୁ ଗଲେ କ’ଣ ଭତ୍ତା ମିଳିବ କି ବୋଲି ୮୦ ବର୍ଷର ଦନାଇ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ