Masthead

M.Philରେ ନାମଲେଖା ନକରିବାକୁ ଛାତ୍ରଛାତ୍ରୀଙ୍କୁ ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୟୁଜିସିର ବଡ଼ ନିଷ୍ପତ୍ତି । ଏମ୍.ଫିଲକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଅଯୋଗ୍ୟ । ଏମ୍.ଫିଲ ଏକ ମାନ୍ୟତାପ୍ରାପ୍ତ ଡିଗ୍ରୀ ନୁହେଁ । ତେଣୁ ଏପରି ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ ନକରିବାକୁ ୟୁଜିତି ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ଠାରୁ କୌଣସି ଶିକ୍ଷାନୁଷ୍ଠାନରେ ଏମ୍.ଫିଲରେ ନାମଲେଖା ହେବ ନାହିଁ ବୋଲି କୁହାଯାଇଛି । ୟୁଜିସିର ନୋଟିସ ଅନୁସାରେ ଏମ.ଫିଲ୍ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ । ୟୁଜିସି ସଚିବ ମନୀଷ ଯୋଷୀ କହିଛନ୍ତି କିଛି ବିଶ୍ୱବିଦ୍ୟାଳୟ ମାଷ୍ଟର୍ ଅଫ୍ ଫିଲୋସଫି ତଥା ଏମ୍.ଫିଲ୍ ପାଇଁ ନୂଆ ଆବେଦନ କରୁଥିବା ୟୁଜିସି ନଜରକୁ ଆସିଛି ।

ଏହି ପରିପ୍ରେକ୍ଷିରେ ସମସ୍ତଙ୍କୁ ଚେତାଇ ଦେବା ସହ ଏମ୍.ଫିଲ୍ ଡିଗ୍ରୀ ଆଉ ମାନ୍ୟତାପ୍ରାପ୍ତ ଡିଗ୍ରୀ ନୁହେଁ । ୟୁଜିସିର ନିୟମାବଳୀ-୨୦୨୨ର ନିୟମ କହୁଛି, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ଏଣିକି କୌଣସି ଏମଫିଲ୍ କୋର୍ସ ପ୍ରଦାନ କରିପାରିବେ ନାହିଁ । ଗତ ୨୦୨୨ ନଭେମ୍ବର ୭ରେ ୟୁଜିସି ଏହି ନିୟମ ସଂପର୍କିତ ବିଜ୍ଞପ୍ତି ଜାରି କରିବା ପରେ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜରେ ଏମଫିଲ୍ ପାଠ୍ୟକ୍ରମ ଉପରେ ନିଷେଧାଦେଶ ଲାଗୁ ହୋଇଥିଲା । ୨୦୨୩-୨୦୨୪ ଶିକ୍ଷାବର୍ଷ ଠାରୁ ଏମଫିଲ୍ ପାଠ୍ୟକ୍ରମ ବନ୍ଦ କରିବାକୁ ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ