Masthead

ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ଜଗା ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା! ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା ।୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର । ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ଓ ବାରିଙ୍ଗ ମଧ୍ୟରେ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା । ଟ୍ୟାଙ୍କର ଡ୍ରାଇଭର ଆଡେନିଗଡ଼ ଫାଣ୍ଡି ରେ ଅଟକ । କାରରେ ଥିବା ୬ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ବଲାଙ୍ଗୀର ଫେରୁଥିବା ଏକ କାରର ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍ ଟି ୧୦ ଫୁଟ ଘାଇକୁ ଖସି ପଡ଼ିଥିଲା ।

କାରରେ ଥିବା ସମସ୍ତ ୬ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଆଡନିଗଡ଼ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ପ୍ରଥମେ ଆଡନିଗଡ଼ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେମାନଙ୍କ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ଚିକିତ୍ସା ଜାରି ରହିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନ ଚଳାଚଳ ସ୍ୱାଭାବିକ କରିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି 🔴 କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା 🔴 ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼ 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ପରୀକ୍ଷା ପେପର ଲିକ୍, ଆସିବ କଠୋର ଆଇନ,‘ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟି ଜରିମାନା’ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି 🔴 କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା 🔴 ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼ 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ପରୀକ୍ଷା ପେପର ଲିକ୍, ଆସିବ କଠୋର ଆଇନ,‘ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟି ଜରିମାନା’ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ