ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରୁଷର ରାଜଧାନୀ ମସ୍କୋ ଉପରେ ୟୁକ୍ରେନର ଏକ ବଡ଼ ଆକ୍ରମଣ । ବିଳମ୍ବିତ ରାତିରେ ମସ୍କୋ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି । ମସ୍କୋରେ ଦୁଇଟି କୋଠାକୁ ଟାର୍ଗେଟ କରିଛି ୟୁକ୍ରେନର ସାମରିକ ଡ୍ରୋନ । ଆକ୍ରମଣକୁ ନେଇ ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ଯେ ଅଧ ରାତିରେ ଏହି ଆକ୍ରମଣ କରାଯାଇଛି ଫଳରେ ଦୁଇଟି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଏଥିରେ କୌଣସି ଲୋକ ଆହତ ହୋଇନାହାଁନ୍ତି । ପ୍ରଥମଥର ପାଇଁ ରୁଷ୍ ଉପରେ ୟୁକ୍ରେନ ଏଭଳି ଆକ୍ରମଣ କରିଥିବା ନେଇ ସୂଚନା ରହିଛି ।
ପୂର୍ବରୁ ୟୁକ୍ରେନ ଅନେକଥର ମସ୍କୋ ଉପରେ ଏୟାର ଷ୍ଟ୍ରାଇକ କରିଛି, କିନ୍ତୁ ସଫଳ ହୋଇନାହିଁ । ଡ୍ରୋନ ଆକ୍ରମଣ ପରେ ରୁଷର ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି । ସେଠାରୁ ଉଡ଼ାଣ କରିବା ଏବଂ ଅବତରଣ ହେବାକୁଥିବା ବିମାନକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଂଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିବା ସୂଚନା ରହିଛି ।