Masthead

ମିଳିଲାନି ନ୍ୟାୟ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ପୀଡିତ ପରିବାର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ସ୍ଵରାଜ ହସ୍ପିଟାଲ ମାଲିକ ସୁଜ୍ଞାନୀ ମିଶ୍ରଙ୍କ ବଢ଼ିଲା ଅଡୁଆ । ସ୍ଵରାଜରେ ଶ୍ରଦ୍ଧାଞ୍ଜଳି ମହାନନ୍ଦଙ୍କୁ ମାରି ଦିଆଯାଇଥିବା ଘଟଣାରେ ସୁଜ୍ଞାନୀ ମିଶ୍ରଙ୍କୁ ଗିରଫ ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ଘଟଣାକୁ ଚାରି ସପ୍ତାହ ହୋଇଥିଲେ ବି ପୋଲିସ କି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏପରିକି ପୀଡିତ ପରିବାର ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ ବି ମୁକେଶ ମହାଲିଙ୍ଗ ଠୋସ ପଦକ୍ଷେପ ନେଇ ନାହାନ୍ତି ।

ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବଲାଙ୍ଗିର ସଂଘ ପକ୍ଷରୁ ଗଣଧାରଣା ଓ ପ୍ରତିବାଦ କରାଯାଇଥିଲା । ଅଭିଯୋଗ ଅନୁସାରେ ସ୍ଵରାଜ ମାଲିକ ତଥା ଡାକ୍ତର ସୁଜ୍ଞାନୀ ମିଶ୍ରଙ୍କ ଅବହେଳା ଲାଗି ଶ୍ରଦ୍ଧାଞ୍ଜଳି ମହାନନ୍ଦଙ୍କ ମୃତ୍ୟୁ ଘଟିଥିଲା । ହେଲେ ସ୍ଵରାଜ ଉପରେ ପୋଲିସ କି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କେବଳ ତଦନ୍ତ ବାହାନାରେ ଦିନ ଗଡି ଚାଲିଛି । ଅନ୍ୟପଟେ ଜାଣିଶୁଣି ମେଡିକାଲ ପକ୍ଷରୁ ରୋଗୀକୁ ମାରି ଦିଆଯାଇଥିବା ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

କିନ୍ତୁ ସ୍ଵରାଜ ମାଲିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛି ପୋଲିସ । ତେଣୁ ମିଳିତ ବଲାଙ୍ଗିର ସଂଘ ଆନ୍ଦୋଳନ କରିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସୁଜ୍ଞାନୀ ମିଶ୍ରଙ୍କୁ ଗିରଫ ପାଇଁ ଦାବି କରିଛି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ